ନିମାପଡା ଓ ଚାରିଛକ କଲେଜ ରେ ଚଳିତବର୍ଷ +2 ସିଟ ସଂଖ୍ୟା ବୃଦ୍ଧି

ନିମାପଡା, (ସନ୍ତୋଷ ଦାଶ):ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ ସମଗ୍ର ରାଜ୍ୟ ରେ +2 କଲେଜ ମାନଙ୍କ ରେ ଚଳିତବର୍ଷ ସିଟ ସଂଖ୍ୟା ବୃଦ୍ଧି କରିବାର ନିଷ୍ପତି ନେଇଛନ୍ତି l ତଦନୁସାରେ ପୁରୀ ଜିଲ୍ଲା ନିମାପଡାସ୍ୱୟଂଶାସିତ ମହା ବିଦ୍ୟାଳୟ ର,+2 କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେ ସିଟ ସଂଖ୍ୟା ବୃଦ୍ଧି କରାଯାଇଛି l ପୂର୍ବରୁ +2ବିଜ୍ଞାନ ସିଟ ସଂଖ୍ୟା 320 ଥିବାବେଳେ ଚଳିତବର୍ଷ ଅଧିକ 192ଟି ବଢ଼ାଯାଇ ସମୁଦାୟ 512 କରାଯାଇଛି l +2 କଳାରେ ପୂର୍ବରୁ 384ସିଟ ଥିବାବେଳେ ଚଳିତବର୍ଷ 512 କୁ ବୃଦ୍ଧି କରାଯାଇଛି l +2 ବାଣିଜ୍ୟ ରେ ପୂର୍ବରୁ 192 ସିଟ ଥିବାବେଳେ ଚଳିତବର୍ଷ 224 କୁ ବୃଦ୍ଧି କରାଯାଇଛି l ସେହିପରି ନିମାପଡା ବ୍ଲକ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ବି +2 ସିଟ ସଂଖ୍ୟା ବୃଦ୍ଧି କରାଯାଇଛି l +2 କଳା ରେ 128 ଟି ସିଟ ବୃଦ୍ଧି କରାଯାଇ 384 ଟି ସିଟ ଓ +2 ବିଜ୍ଞାନ ରେ 64 ଟି ସିଟ ବୃଦ୍ଧି କରାଯାଇ 192 ଟି ସିଟ କରାଯାଇଛି l ଏହା ଫଳରେ ସ୍ଥାନୀୟ ଅଞ୍ଚଳ ର ବହୁ ଛାତ୍ର ଛାତ୍ରୀ କଲେଜ ରେ ପାଠ ପଢ଼ିବାର ସୁଯୋଗ ପାଇପାରିବେ l ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷାମନ୍ତ୍ରୀ ଙ୍କ ଉଦ୍ୟମ ଓ ପ୍ରଚେଷ୍ଟା କୁ ସବୁମହଲ ରେ ପ୍ରଶଂସା କରାଯାଇଥିବାବେଳେ ଅଭିଭାବକ ମାନେ ଧନ୍ୟବାଦ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ