ନିମାପଡା କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିମାପଡା କପାଳୀକ୍ଷେତ୍ରସ୍ଥ ଜଗନ୍ନାଥ ମନ୍ଦିରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ୧୯୯୫ ମସିହା ଏପ୍ରିଲ ୨ରେ ନିମାପଡା ଗ୍ରାମର ଶିକ୍ଷକ ତଥା ଧର୍ମପ୍ରାଣ ବ୍ୟକ୍ତି ପଣ୍ଡିତ ପୁରୁଷୋତ୍ତମ କରଶର୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ, ଗୁରୁଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଲୋକାର୍ପଣ କରିଥିଲେ । ଏହି ମନ୍ଦିର ଗର୍ଭଗୃହରେ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଆଦି ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କ ସହ ଶ୍ରୀଦେବୀ ଲକ୍ଷ୍ମୀ ଓ ଭୂଦେବୀ ସରସ୍ୱତୀ ପୂଜା ପାଇ ଆସୁଛନ୍ତି । ପାଶ୍ୱର୍ ଦେବତା ଭାବେ ମହାଦେବ କପାଳୀଶ୍ୱର, ବନଦୁର୍ଗା, ଶ୍ରୀରାମଚନ୍ଦ୍ର, ଦେବୀ ସୀତା ଓ ମହାବୀର ହନୁମାନ ମଧ୍ୟ ପ୍ରତିଷ୍ଠା ହୋଇଥିଲେ । ମନ୍ଦିରର ପ୍ରତିଷ୍ଠାତା ପଣ୍ଡିତ କରଶର୍ମାଙ୍କ ପରଲୋକ ପରେ ୨୦୦୪ ମସିହାରୁ ଅଞ୍ଚଳବାସୀଙ୍କୁ ନେଇ ଗଠିତ ଶ୍ରୀ ଜଗନ୍ନାଥ ସେବାୟତ ସମିତି ଠାକୁରଙ୍କ ସେବାପୂଜା ପରିଚାଳନା ଦାୟୀତ୍ୱ ତୁଲାଇ ଆସୁଛି । ପ୍ରତିବର୍ଷ ୩ ଦିନ ଧରି ୮ମ ପ୍ରହରୀ ନାମ ସଂକୀର୍ତ୍ତନ ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥାଏ । ପରବର୍ତ୍ତୀ ଅବସ୍ଥାରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ମନ୍ଦିର ପରିସରରେ କମଳା ବିମଳା ମନ୍ଦିର, ଅର୍ଦ୍ଧନାରୀଶ୍ୱର ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଧବଳେଶ୍ୱର ମନ୍ଦିର ପ୍ରତିଷ୍ଠା କରାଯାଇଛି । ଚଳିତ ବର୍ଷ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ପଦ୍ମନାଭ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ମୁଖ୍ୟ ପୂଜକ ଅନ୍ନଦା କରଶର୍ମାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଜ୍ଞାନଦା କରଶର୍ମା ଓ ତାଙ୍କ ଧର୍ମପତ୍ନୀ ସଂକଳ୍ପ କରିଥିଲେ । ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀ ସମେତ ଆପ୍ତିରା ଷଡଙ୍ଗୀରୁ ଆଗତ ମାମା ସଂକୀର୍ତ୍ତନ ମଣ୍ଡଳୀ ୩ ଦିନ ବ୍ୟାପୀ ସଂକୀର୍ତ୍ତନ ଓ ନଗର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପେନ୍ଦ୍ର ରାଉତ, ସୂର୍ଯ୍ୟମଣି ରାଉଳ, ପ୍ରକାଶ ଚନ୍ଦ୍ର ସାହୁ, ନକୁଳ ବାରିକ, ବିଶ୍ୱନାଥ ବିଶ୍ୱାଳ, ଅର୍ଜ୍ଜୁନ ବାରିକ, ବିରେନ୍ଦ୍ର ରାଉଳ, ପତଞ୍ଜଳୀ କରଶର୍ମା, ଶ୍ୟାମ ଆରୁକ୍‌, ଦୁର୍ଗା ବିଶ୍ୱାଳ, ରବିନ୍ଦ୍ର ରାଉତ, ରାହାସ ବିହାରୀ ନାୟକ, ସୁବାଷ ବିଶ୍ୱାଳ, କମଳାକାନ୍ତ ମଲ୍ଲିକ, ସୁରେଶ ବିଶ୍ୱାଳଙ୍କ ସମେତ ସେବାୟତ ସମିତିର ସମସ୍ତ ସଭ୍ୟ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ