ନିମାପଡା କପାଳୀ କ୍ଷେତ୍ରରେ ବିଶ୍ୱଶାନ୍ତି ମହାଯଜ୍ଞ

ବନ୍ତ, (ଚାନ୍ଦିନୀ ମହାନ୍ତି):ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବନ୍ତ ବ୍ଲକ ନିମାପଡା କପାଳୀକ୍ଷେତ୍ର ଠାରେ ତ୍ରିଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କପାଳୀକ୍ଷେତ୍ର ବିଶ୍ୱଶାନ୍ତି ମହାଯଜ୍ଞ କମିଟି ପକ୍ଷରୁ ଗତ ୨୪ ବର୍ଷ ହେଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ଉପଲକ୍ଷେ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଗୋଟିଏ ପଟେ ଚାଷୀ ଭାଇ ଆଜି ତାର ଅକ୍ଷିମୁଠି ଅନୁକୂଳ କରୁଥିବା ବେଳେ ସେହି ଚାଷକୁ ଜୀବନ ଦେବାକୁ ଏବଂ ଜୀବଜଗତକୁ ନିଦାଘ ଗ୍ରୀଷ୍ଣରୁ ବଞ୍ଚାଇବାକୁ ବର୍ଷା ପାଇଁ ବରୁଣ ଦେବତାଙ୍କୁ ପ୍ରାର୍ଥନା କରିଛନ୍ତି କପାଳୀକ୍ଷେତ୍ର ବିଶ୍ୱଶାନ୍ତି କମିଟିର ଶ୍ରଦ୍ଧାଳୁଗଣ । ଆଉ ପରମ୍ପରା ଅନୁଯାୟୀ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ଭଳି କପାଳୀକ୍ଷେତ୍ରର ଅଧିଷ୍ଠାତା ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ମଧ୍ୟ ହୋଇଛି । ଶନିବାର ମନ୍ଦିର ପରିସୀମାରେ ଥିବା ଚନ୍ଦନ ପୋଖରୀରେ କଳସ ପୂଜା ପରେ ଯଜ୍ଞ ଆରମ୍ଭ ହୋଇଥିଲା । ଆଖପାଖ ଗ୍ରାମର ୧୧ ଜଣ ଦମ୍ପତ୍ତି ଯଜମାନ ଭାବେ ଏହି କଳସ ଶୋଭାଯାତ୍ରା ଓ ଯଜ୍ଞ କାର୍ଯ୍ୟରେ ସାମିଲ ହୋଇଥିଲେ । ଶନିବାର ଆରମ୍ଭ ହୋଇଥିବା ଏହି ଯଜ୍ଞର ଆଜି ୨ୟ ଦିବସରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୂର୍ଯ୍ୟପୂଜା, ଗୋପୂଜନ, ସର୍ବଦେବାଦେବୀ ପୂଜା, ଗୀତା ପାଠରେ ଘୃତାହୁତି ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ଯାଜପୁରର ପାଲାଗାୟିକା ସବିତାରାଣୀ ଦାସଙ୍କ ଦଳ ଜଗନ୍ନାଥ ସଂସ୍କୃତି ଓ ରାମାୟଣ ଉପରେ ପାଲା ପରିବେଷଣ କରିଥିଲେ । ସୋମବାର ଏହି ଯଜ୍ଞର ପୂର୍ଣ୍ଣାହୂତି ସମ୍ପନ୍ନ ହେବ । ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ପୌରହିତ୍ୟରେ ତାଙ୍କର ଦୁଇ ସହଯୋଗୀ ଯଜ୍ଞହୋତ୍ରୀ ବ୍ରାହ୍ମଣ ଓ ମନ୍ଦିର ପୂଜକ ଅନ୍ନଦା କରଶର୍ମା ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ସରୋଜ କୁମାର ମିଶ୍ର, ରାହାସ ବିହାରୀ ନାୟକ, ପୂର୍ଣ୍ଣ ଚନ୍ଦ୍ର ଜେନା, ଜୟରାମ ବାରିକ, ପଦ୍ମନାଭ ପରିଡା, ରବିନ୍ଦ୍ର ଦାସ, ସେକ୍ କଲିମୁଦ୍ଦିନ୍‌, ପ୍ରଦୀପ୍ତ ନାୟକ, ପୁରସ୍ତମ ସାହୁ, ପୂର୍ଣ୍ଣ ଚନ୍ଦ୍ର ନାୟକ, ମହେଶ୍ୱର ଶଂଖୁଆ, ଗଦାଧର ସାହୁ, ବାବନ ଜେନା, ନକୂଳ ବାରିକ, ବନମାଳୀ ବେହେରା, ଶ୍ୟାମ ଆରୁକ, ରବିନ୍ଦ୍ର ରାଉତ, ପଦ୍ମନାଭ କର, ଗଣେଶ ଦାସ ଯଜ୍ଞ କମିଟି ସଦସ୍ୟ ଓ ଭକ୍ତଗଣ ଏହି ମହାଯଜ୍ଞର ଆୟୋଜନ କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଓ ସ୍ଥାନୀୟ ନିମାପଡା ଗ୍ରାମବାସୀ ଏଥିରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ