ନିମାପଡା କୁ ଉପଖଣ୍ଡ ଘୋଷଣା ଓ ମୋ ବସ ଚଳାଚଳ ଲାଗି ଦାବି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡ଼ା କୁ ଉପଖଣ୍ଡ ଘୋଷଣା ଓ ନିମାପଡ଼ା ଦେଇ ମା ମଙ୍ଗଳା ଙ୍କ ପୀଠ କାକଟପୁର ଓ ଅସ୍ତରଙ୍ଗ କୁ ମୋ ବସ ଚଳାଚଳ ଲାଗି ରାଜ୍ୟ ଗଣ ପରିଷଦ ପକ୍ଷରୁ ଦାବି ହୋଇଛି ।ରାଜ୍ୟ ଗଣ ପରିଷଦ ର ସଭାପତି ଜ୍ୟୋତ୍ସ୍ନା ରାଣୀ ତ୍ରିପାଠୀ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ,ନିମାପଡ଼ା ର ଭୌଗଳିକ ସ୍ଥିତି, ପରିସୀମା ,ଲୋକସଂଖ୍ୟା ଉପଖଣ୍ଡ ଲାଗି ଠିକ୍ ରହିଛି ।ସେହି ପରିପ୍ରେକ୍ଷୀ ରେ ନିମାପଡ଼ା ରେ ସମସ୍ତ ବିଭାଗ ର କାର୍ଯ୍ୟାଳୟ ରହିଛି ।ତେଣୁ ନିମାପଡ଼ା ବାସୀ ଙ୍କ ହିତ ଦୃଷ୍ଟିରୁ ନିମାପଡ଼ା କୁ ତୁରନ୍ତ ଉପଖଣ୍ଡ ର ମାନ୍ୟତା ଦେବା , ଫନୀ କ୍ଷତିଗ୍ରସ୍ତ ଓ ବନ୍ୟା ରେ ଫସଲ ହାନି ର କ୍ଷୟକ୍ଷତି ପ୍ରଦାନ,ଖାଉଟି ମାନଙ୍କୁ ଗହମ ପ୍ରଦାନ, ବାର୍ଦ୍ଧକ୍ୟ, ବିଧବା,ଶାରୀରିକ ଅକ୍ଷମ ମାନଙ୍କୁ ଭତ୍ତା ପ୍ରଦାନ , ଡାକ୍ତରଖାନା ମାନଙ୍କରେ ଖାଲିପଡ଼ିଥିବା ଡାକ୍ତର ନିଯୁକ୍ତି , କାକଟପୁର ଓ ଅସ୍ତରଙ୍ଗ କୁ ମୋ ବସ ଚଳାଚଳ ବ୍ୟବସ୍ଥା କରିବା ,ପ୍ରଶାସନିକ ସ୍ତରରେ ଦୁର୍ନୀତି କୁ ବନ୍ଦ କରିବା ନେଇ ସେ ଦାବି କରିବା ସହ ଏ ସଂକ୍ରାନ୍ତ ରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପଠାଇଥିବା ପ୍ରକାଶ କରିଥିଲେ। ଯଦି ସରକାର ତୁରନ୍ତ ଏହି ଦାବି ପୂରଣ ଦିଗରେ ଦୃଷ୍ଟି ନ ଦିଅନ୍ତି ତେବେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।ଏହି ସମ୍ମିଳନୀରେ ନିମାପଡ଼ା ବ୍ଲକ ସଭାପତି ଜ୍ୟୋତ୍ସ୍ନାମୟୀ ସ୍ବାଇଁ ,ଏନଏସି ସଭାପତି ଜୟଶ୍ରୀ ପାତ୍ର ,ବ୍ଲକ ସମ୍ପାଦିକା ଚିନ୍ମୟୀ ରାୟ ,ଏ ନ ଏସି ସମ୍ପାଦିକା ବେବିନା ବାରିକ , ସମାଜସେବୀ ମାଧବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ