ନିମାପଡା ଠାରେ ପୁରୀ ଜିଲ୍ଲା ଏସ.ପି ଙ୍କ ସମୀକ୍ଷା ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଏସ.ପି ଡ.କନୱାର ବିଶାଲ ସିଂ ସୋମବାର ଦିନ ନିମାପଡା ଆସି ସ୍ଥାନୀୟ ପୋଲିସ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରି ଆସନ୍ତା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ର ସହ ଶେଷ ହେବ ସେ ଦିଗରେ ସବିଶେଷ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର, ଆଇ ଆଇ ସି ଶଙ୍କର୍ଷଣ ଦଳାଇ, କାକଟପୁର ଥାନା ଆଇଆଇସି ସୁଶାନ୍ତ ସାହୁ, ଅସ୍ତରଙ୍ଗ ଆଇଆଇସି ବାମଦେବ ନନ୍ଦ, ଗୋପ ଆଇଆଇସି କାଳନ୍ଦୀ ବେହେରା, ଅସ୍ତରଙ୍ଗ ସାମୁଦ୍ରିକ ଥାନା ଆଇଆଇସି ପ୍ରିୟ ରଞ୍ଜନ ନାୟକ, କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସିନିଳୀମା ପଟ୍ଟନାୟକ, ରାମଚଣ୍ଡୀ ଥାନା ଆଇଆଇସି ଶରତ କୁମାର ନାୟକ, ବଳଙ୍ଗା ଥାନା ଆଇଆଇସି ରଶ୍ମି ରଂଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଯୋଗଦେଇଥିଲେ। ଗତ ନିର୍ବାଚନ ସମୟରେ ଯେଉଁ ମାନେ ଅପରାଧିକ କାର୍ଯ୍ୟକଳାପ ରେ ସଂପୃକ୍ତ ଥିଲେ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ଓ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ଏସ.ପି ଶ୍ରୀ ସିଂ ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ସମୟ ରେ ହୋଇଥିବା ନିର୍ବାଚନ ବିବାଦ, ଗଣ୍ଡଗୋଳ, ରାଜନୈତିକ କନ୍ଦଳ ସବୁ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ବୈଠକ ରେ ଏସ. ପି ଶ୍ରୀ ସିଂ ଯୋଗଦାନ କରି ୧୫ ଜଣ ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧନା କରିବା ସହିତ ପରିଚୟ ପତ୍ର ପ୍ରଦାନ କରିଥିଲେ ।


