ନିମାପଡା ଠାରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ନିମାପଡା (ସନ୍ତୋଷ ଦାଶ ) ନିମାପଡା ନିର୍ବାଚନମଣ୍ଡଳୀ ଧନୁଆଁ ମଣ୍ଡଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ନିମାପଡା ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ସଭାପତି ଯଚିନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବିଜେପି ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୁର୍ବତନ ସାଂସଦ ଶ୍ରୀ ବିଭୁ ତରାଇ, ଜିଲ୍ଳା ସାଧାରଣ ସମ୍ପାଦକ ସୁଶାନ୍ତ ସ୍ୱାଇଁ, ପ୍ରଭାରୀ ଅର୍ଜୁନ ବରାଳ,ବରିଷ୍ଠ ନେତା ବିଜୟ ପଣ୍ଡା, ସାଧାରଣ ସମ୍ପାଦକ ରଂଜନ ଭୋଇ,ସୁଦର୍ଶନ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଉପସଭାପତି ଦିଲ୍ଲୀପ ପରିଡା ଓ ଯୁବମୋର୍ଚା ସଭାପତି ରମେଶ ଜେନା ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ସନ୍ତୋଷ ପରିଡା ଜିଲ୍ଳା ସୋସିଆଲ ମିଡିଆ ପ୍ରମୁଖ ହୋଇଥିବାରୁ ତାଙ୍କୁ ବୈଠକ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକ ରେ ସମସ୍ତ ବୁଥ ର ସଭାପତି ଓ ପଂଚାୟତ ସଭାପତି ମାନେ ଯୋଗଦେଇ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ କିପରି ଦଳପକ୍ଷରୁ ସୁପରିଚାଳନା କରାଯାଇ ସମସ୍ତ ପଂଚାୟତରେ ଦଳୀୟ ପ୍ରାଥୀ ମାନଙ୍କୁ ବିଜୟୀ କରାଯିବ ସେ ସମ୍ପର୍କ ରେ ସବିଶେଷ ଆଲୋଚନା କରାଯାଇଥିଲା ।


