ନିମାପଡା ପ୍ରିମିୟର ଲିଗ ଫୁଟବଲ ବାଜରଙ୍ଗୀ କ୍ଲବ ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ନବମ ଦିବସରେ ପରଷ୍ପରକୁ ଭେଟି ଥିଲେ ଝାମ୍ପୁଲାକୁଦର ବଜରଙ୍ଗୀ ଫୁଟବଲ କ୍ଲବ ଓ ନିମାପଡ଼ା ହାଇସ୍କୁଲ।ବଜରଙ୍ଗୀ ଫୁଟବଲ କ୍ଲବ ୯-୦ ଗୋଲରେ ନିମାପଡ଼ା ହାଇସ୍କୁଲକୁ ପରାସ୍ତ କରିଥିଲା।ବିଜୟ କୁମାର ସେଠୀ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜି ଖେଳକୁ ନିର୍ମଳ କୁମାର ମିଶ୍ର,ବିରେନ୍ ବରାଳ, ବଳରାମ ସାହୁ ଓ ଦୋଳଗୋବିନ୍ଦ ସେଠୀ ପରିଚାଳନା କରିଥଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇ ଥିଲେ।ବିଶ୍ଵଜିତ ମଲ୍ଲିକ, ଜ୍ୟୋତିରଞ୍ଜନ ସାହୁ,ପ୍ରକାଶ ବରାଳ, ରଣଜିତ୍ କେଶରୀ ନାୟକ ଓ ସତ୍ୟଜିତ ଆଚାର୍ଯ୍ୟ ପ୍ରମୁଖ ସହାୟତା କରିଥିଲେ।ଆସନ୍ତା କାଲି ବଳଙ୍ଗାର ଲଙ୍କେଶ୍ଵରୀ ଫୁଟବଲ କ୍ଲବ ଓ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ମଧ୍ୟରେ ଖେଳ ହେବ ବୋଲି ସମ୍ପାଦକ ‌ଜିବନାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ