ନିମାପଡା ପ୍ରିମିୟର ଲିଗ ଫୁଟବଲ:ଲଙ୍କେଶ୍ଵରୀ କ୍ଲବ୨-୧ ରେ ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ଆଜି ଦଶମ ଦିବସରେ ପରଷ୍ପରକୁ ଭେଟିଥିଲେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଓ ବଳଙ୍ଗା ର ଲଙ୍କେଶ୍ଵରୀ ଫୁଟବଲ କ୍ଲବ। ଲଙ୍କେଶ୍ଵରୀ ଫୁଟବଲ କ୍ଲବ୨-୧ଗୋଲରେ ନିମାପଡ଼ା ଆଥଲେଟିକ ଆସୋସିଏସନକୁ ପରାସ୍ତ କରିଥିଲା।ବଳଭଦ୍ର ସ୍ବାଇଁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜି ଖେଳକୁ ନିର୍ମଳ କୁମାର ମିଶ୍ର,ସତ୍ୟଜିତ ଆଚାର୍ଯ୍ୟ, ବିରେନ୍ ବରାଳ ଓ ଦୋଳଗୋବିନ୍ଦ ସେଠୀ ପରିଚାଳନା କରିଥଲେ।ପୂର୍ବତନ ଅଗ୍ନି ନିର୍ବାହୀ ଅଧିକାରୀ ନାରାୟଣ ରାଉତ ଓ ସମାଜସେବୀ ଜୀତେଶ ଦାଶ ଅତିଥି ଭାବେ ଯୋଗ ଦେଇ ଥିଲେ।ବିଶ୍ଵଜିତ ମଲ୍ଲିକ,ଜ୍ୟୋତିରଞ୍ଜନ ସାହୁ,ପ୍ରକାଶ ବରାଳ,ରଣଜିତ୍ କେଶରୀ ନାୟକ ପ୍ରମୁଖ ସହାୟତା କରିଥିଲେ।ଆସନ୍ତା କାଲି ଧଳେଶ୍ଵରର ରୁଦ୍ରାମ୍ବିକା ଫୁଟବଲ କ୍ଲବ ଓ ଝାମ୍ପୁଲାକୁଦର ବଜରଙ୍ଗୀ ଫୁଟବଲ କ୍ଲବ ମଧ୍ୟରେ ଖେଳ ହେବ ବୋଲି ସମ୍ପାଦକ ‌ଜିବନାନନ୍ଦ ମହାପାତ୍ରଙ୍କ ଠାରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ