ନିମାପଡା ବିଜେପିର ସେବା ଓ ସମର୍ପଣ ଅଭିଯାନ ଆରମ୍ଭ

ନିମାପଡl  ( ସନ୍ତୋଷ ଦାଶ ) ଭାଜପା ରାଷ୍ଟ୍ରୀୟ ସ୍ତରର ନିଷ୍ପତ୍ତି କ୍ରମେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିବସ ଅବସରରେ ନିମାପଡ଼ା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦେଶର ପ୍ରଧାନମନ୍ତ୍ରୀ ଙ୍କ ସୁସ୍ଥ ଓ ନିରୋଗ ଜିବନ କାମନା କରି ନିମାପଡ଼ା ବଜାର ସ୍ଥିତ ପତିତପାବନ ମନ୍ଦିରରେ ପ୍ରଦିପ ପ୍ରଜଳନ କରାଯାଇଥିଲା । ପୁରୀ ଜିଲ୍ଲା ସାଧାରଣ ସମ୍ପାଦିକା ମିନଲତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ଉପସଭାପତି ପ୍ରଭାତି ପରିଡ଼ା ଯୋଗଦାନ କରି ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ ବିଶ୍ଵ ଗୁରୁ ଭାବେ ପରିଚିତ ହେବ ବୋଲି ପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ନିମାପଡ଼ା ଉଚ୍ଚ ବିଦ୍ୟାଳୟ ରେ ଚାଲୁଥିବା ଟିକାକରଣ କାର୍ଯ୍ୟ କ୍ରମକୁ ପରିଦର୍ଶନ କରିବା ସହିତ ଡାକ୍ତରଖାନାରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ନିମାପଡ଼ା ମଣ୍ଡଳ ସଭାପତି ମାନସ ପ୍ରଧାନ,ଧନୁଆ ମଣ୍ଡଳ ସଭାପତି ଜତିନ୍ଦ୍ର ସ୍ବାଇଁ,ନଗର ସଭାପତି ଦିଲିପ ପାତ୍ରଙ୍କ ଉଦ୍ୟମରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ସମ୍ପାଦକ ଚନ୍ଦ୍ର ଶେଖର ସେଠୀ, ଜିଲ୍ଲା ଯୁବମୋର୍ଚ୍ଚା ସୋସିଆଲ ମିଡ଼ିଆ ସଂଯୋଜକ ସନ୍ତୋଷ ପରିଡ଼ା,ବରିଷ୍ଠ ନେତା ପୂର୍ଣଚନ୍ଦ୍ର ସାହୁ,ରଞ୍ଜନ ଭୋଇ,ବିଜୟ ପ୍ରଧାନ,ରାକେଶ ସେନାପତି,ରମେଶ ଜେନା,ନିରଞ୍ଜନ ନାୟକ, ଦିନବନ୍ଧୁ ସେନାପତି, ତ୍ରିନାଥ ବେହେରା,ନଗର ମହିଳା ମୋର୍ଚ୍ଚା ସଭାନେତ୍ରି ମିନାକ୍ଷୀ ଦାସ, ସସ୍ମିତା ସାମନ୍ତରାୟ,ଝିଲିଲତା ଦାସ,ମାମିନା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ।

Spread the love

Advertisement

ଏବେ ଏବେ