ନିମାପଡା-ଭୁବନେଶ୍ୱର,ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ରେ ପ୍ରବାହିତ ଧନୁଆଁ ନଦୀ ରେ ବନ୍ୟାଜଳ ବୃଦ୍ଧି ପାଇ କୂଳ ଲଂଘିଛି। ବନ୍ୟାଜଳ ନିମାପଡା ବ୍ଲକ ର ଧନୁଆଁ, ଶଗଡ଼ା, ଅଲଣ୍ଡା, ସାଇଁଶଶାସନ,ବଡ଼ ମାଛପୁର ପ୍ରଭୃତି ୫ପଞ୍ଚାୟତ ର ୫୦ ରୁ ଉର୍ଦ୍ଧ୍ବ ଗାଁ ରେ ପ୍ରବେଶ କରିଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ରେ ବନ୍ୟା ଜଳ ମାଡ଼ି ଯାଇଛି। ବନ୍ୟାଜଳ ନିମାପଡ଼ା – ଭୁବନେଶ୍ୱର ମୁଖ୍ୟ ରାସ୍ତା ର ଗରପଦା ଠାରେ ଓ ନିମାପଡ଼ା – ବଳଙ୍ଗା ମୁଖ୍ୟ ରାସ୍ତା ର ଧନୁଆ ଛକ ଠାରେ ପ୍ରବାହିତ ହେଉଥିବାରୁ ଏହି ରାସ୍ତା ରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋଣାର୍କ, ଅସ୍ତରଙ୍ଗ, ଗୋପ, କାକଟପୁର କୁ ଯାତ୍ରୀ,ପର୍ଯ୍ୟଟକ ମାନେ ଯାଇନପାରି ଫେରୁଛନ୍ତି। ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଥିବାରୁ ନଦୀ ତଟବର୍ତ୍ତି ଗ୍ରାମ ଓ ବନ୍ୟାଜଳ ଘେର ରେ ଥିବା ଗ୍ରାମ ର ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡିଛନ୍ତି। ତୁରନ୍ତ ବନ୍ୟା ଜଳ ଘେରରେ ଥିବା ଲୋକଙ୍କୁ ଡଙ୍ଗା, ରିଲିଫ ସାମଗ୍ରୀ, ଗୋ ଖାଦ୍ୟ, କିରୋସିନ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି।


