ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଆସିକା, (ୱାଇଏନ୍‍ଏସ୍‍):ବିଦ୍ୟାର୍ଥୀ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଭଲ ମଣିଷ ହେବା ପାଇଁ କଠିନ ପରିଶ୍ରମ କରିବା ସହ ସମୟାନୁବର୍ତ୍ତିତା ହେବାକୁ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତାମାନେ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଯୁକ୍ତ ତିନି ନାଟ୍ୟ ସଂସଦ ଓ ଯୁକ୍ତ ଦୁଇ ସାଂସ୍କୃତିକ ସଂଗଠନର ମିଳିତ ସହଯୋଗରେ ଶନିବାର ଅପରାହ୍ନରେ ଉତ୍ସାହ ଉଦ୍ଦୀପନାର ସହ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ସଂଯୋଜନା ଓ ଯୁକ୍ତତିନି ନାଟ୍ୟକଳା ସଂସଦର ଉପସଭାପତି ଅଧ୍ୟାପକ ଅଜିତ୍‍ କୁମାର ପଟ୍ଟନାୟକ, ସହ ଉପସଭାପତି ଅଧ୍ୟାପକ ଅଜିତ୍‍ କୁମାର ମୁଖୀ, ଯୁକ୍ତ ଦୁଇ ସାଂସ୍କୃତିକ ପରିଷଦର ଉପସଭାପତି ଅଧ୍ୟାପକ ଅନୁପ କୁମାର ଷଡଙ୍ଗୀ, ସହ ଉପସଭାନେତ୍ରୀ ଅଧ୍ୟାପିକା ଯସ୍ମିନ୍‍ କୁମାରୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍‍ ତଥା ଶିକ୍ଷାନୁଷ୍ଠାନର ପ୍ରାକ୍ତନ ପରିଚାଳନା କମିଟି ସଭାପତି ଡଃ ବାୟାମନୁ ଚର୍ଚ୍ଚି, ନିମିନା ମଠ ମହନ୍ତ ଚୈତନ୍ୟ ଚରଣ ଦାଶ ମହାରାଜ, ପରିବେଶବିତ୍‍ ଶୁଳପାଣି ଶତପଥୀ, ମୁଖ୍ୟବକ୍ତା ରୂପେ ଖଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ତାଲିମ୍‍ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁନାରାୟଣ ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ମାର୍ଗଦର୍ଶନ କରି ଦୀର୍ଘ ୪୫ବର୍ଷ ଧରି ଏହି ପୁରାତନ ଶିକ୍ଷାନୁଷ୍ଟାନ ସ୍ଥାନୀୟ ଅଞ୍ଚଳରେ ବହୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିଥିବାରୁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଶିକ୍ଷାଦାନ ଶୈଳୀକୁ ପ୍ରଶଂସା କରିବା ସହିତ ଶୃଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶକରି ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଟାନର ଗୌରବକୁ ବୃଦ୍ଧିକରିବାକୁ ପରାମର୍ଶ ଦେଇ କଠିନ ପରିଶ୍ରମ, ସକରାତ୍ମକ ଚିନ୍ତନ ଓ ପିତାମାତା ତଥା ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଲେ ସଫଳତା ମିଳିବା ଅନିବାର୍ଯ୍ୟ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ବିମୋହିତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ମନୁ ସ୍ୱାଇଁ, ପ୍ରମୋଦ କୁମାର ଆପଟ, ଅଭିଷେକ ବେହେରା, ରୁଦ୍ରମାଧବ ବେହେରା, ବିକାଶ ଦିଗଲ୍‍, ଅଜିତ୍‍ କୁମାର ମହାପାତ୍ର, ପ୍ରଫୁଲ ଗାଣ୍ଡଗୋରୀ, ଆଲୋକ ପ୍ରଧାନ, ସିଲୁ ସେଠୀ, ଉପେନ୍ଦ୍ର ମାଝୀ, ସୁଶାନ୍ତ କୁମାର ବେହେରା, ଜୀବନକୃଷ୍ଣ ଦାଶ, ସୁଶ୍ରୀ ସଙ୍ଗୀତା ମହାନ୍ତି, ସୁଜାତା ସିଂ, ସୁଜାତା ଟେଟେ, ସ୍ୱପ୍ନାରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାହୁ, ସୁଚିସ୍ମିତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ, ରଘୁନାଥ ପ୍ରଧାନ, ସଚ୍ଚିନ୍‍ ଜେନା, ପ୍ରିୟଙ୍କା ସ୍ୱାଇଁ, କେ.ସସ୍ମିତା ପାତ୍ର, କିରଣ ଡାକୁଆ, ଯାଜ୍ଞସେନୀ ପ୍ରଧାନ, ପଦ୍ମିନୀ ମହାରଣା, ପ୍ରସାଦ ଆପଟ, କେ.ଭୋଜରାଜୁ ଦୋରା, ଡଃ କୁନା ସୁନା, ରୁଦ୍ରମାଧବ ମହାନ୍ତି, ରାଜେଶ୍ୱରୀ ରଥ, ନରହରି ଖଟେଇ, ବିଜୟଲକ୍ଷ୍ମୀ ଦୋରା, ମମତା ସ୍ୱାଇଁଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ