ନିମ୍ନତାପ ଚିକିତ୍ସା

ରାଗୀଠାରେ ରାଗାକ୍ରାନ୍ତ ସ୍ଥାନର ତାପମାତ୍ରାକୁ ଯଥେଷ୍ଟ କମେଇଦେଇ ଜଟିଳ ଅପରେସନ ସବୁ କରିପାରୁଛନ୍ତି ଓ ଅପରେସନ ସରିଗଲାପରେ ତାପମାତ୍ରାକୁ ପୁନର୍ବାର ଉଷୁମ ଅବସ୍ଥାକୁ ନେଇଆସୁଛନ୍ତି । ଅପରେସନ କରିପାରୁଛନ୍ତି ହୃତ୍ପିଣ୍ଡରେ ଏବଂ ମସ୍ତିଷ୍କରେ ମଧ୍ୟ । ବିଶେଷକରି ମସ୍ତିଷ୍କରେ ଅପରେସନ କଲାବେଳେ କ୍ଷେତ୍ର ବିଶେଷରେ ମସ୍ତିଷ୍କକୁ ରକ୍ତ ସରବରାହରେ ବାଧା ସୃଷ୍ଟି କରିବା ଦରକାର ପଡ଼େ । ଶରୀରରୁ ଅତ୍ୟଧିକ ରକ୍ତକ୍ଷୟ ନିବାରଣ କରିବା ଆବଶ୍ୟକ ହୁଏ ।ଉଭୟଚର ପ୍ରାଣୀ ଏହି ଉଦ୍ଦେଶ୍ୟରେ । ତେବେ ନିମ୍ନତାପମାତ୍ରାକୁ ଏବେ ବିନିଯାଗ କରାଗଲାଣି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ । କୌଣସି ସ୍ଥାନରେ ଆଘାତ ବାଜିଲେ କି ଗଣ୍ଠିରେ ମାଡ଼ ବାଜି ସ୍ପ୍ରେନ୍ ବା ଜଖମ ହେଲେ ଆକ୍ରାନ୍ତ ସ୍ଥଳରେ ବରଫ ଦେବା ପାଇଁ ଡାକ୍ତରମାନେ କହିଥାନ୍ତି । ଏହାକୁ କୁହାଯାଏ ଆଇସ୍ପ୍ୟାକ୍ ଥେରାପି । ଆଇସ୍ପ୍ୟାକ୍ ଥେରାପି ମଧ୍ୟ ଏକ ଧରଣର ନିମ୍ନତାପ ଚିକିତ୍ସା ପଦ୍ଧତି ବା କ୍ରାୟାଥେରାପି । ବରଫ ଲଦିଲେ ଆକ୍ରାନ୍ତ ସ୍ଥଳରୁ ତାପ ଅପସାରିତ ହାଇଯାଏ । ସଙ୍କୁଚିତ ହାଇପଡ଼େ ରକ୍ତନଳୀ । ତନ୍ତୁକାଷିକାଗୁଡ଼ିକରେ ହ୍ରାସ ପାଇଯାଏ ଚୟାପଚୟ ତଥା ଏନଜାଇମ୍ କ୍ରିୟାର ହାର । ଏହିସବୁ ପରିବର୍ତ୍ତନ ଅସୁସ୍ଥତା ଉପଶମରେ ବେଶ୍ ସହାୟକ ହାଇଥାଏ ।ଏବେ ଡାକ୍ତରମାନେ ରାଗୀଠାରେ ରାଗାକ୍ରାନ୍ତ ସ୍ଥାନର ତାପମାତ୍ରାକୁ ଯଥେଷ୍ଟ କମେଇଦେଇ ଜଟିଳ ଅପରେଶନ ସବୁ କରିପାରୁଛନ୍ତି ଓ ଅପରେଶନ ସରିଗଲା ପରେ ତାପମାତ୍ରାକୁ ପୁନର୍ବାର ଉଷୁମ ଅବସ୍ଥାକୁ ନେଇଆସୁଛନ୍ତି । ଅପରେଶନ କରିପାରୁଛନ୍ତି ହୃତ୍ପିଣ୍ଡରେ ଏବଂ ମସ୍ତିଷ୍କରେ ମଧ୍ୟ । ବିଶେଷକରି ମସ୍ତିଷ୍କରେ ଅପରେଶନ କଲାବେଳେ କ୍ଷେତ୍ର ବିଶେଷରେ ମସ୍ତିଷ୍କକୁ ରକ୍ତ ସରବରାହରେ ବାଧା ସୃଷ୍ଟି କରିବା ଦରକାର ପଡ଼େ । ଶରୀରରୁ ଅତ୍ୟଧିକ ରକ୍ତକ୍ଷୟ ନିବାରଣ କରିବା ଆବଶ୍ୟକ ହୁଏ । କିନ୍ତୁ ତାପମାତ୍ରା କମେଇଦେଲେ ଜୀବକାଷଗୁଡ଼ିକର କ୍ରିୟା ମନ୍ଥର ହାଇପଡ଼ିବା ସଙ୍ଗେସଙ୍ଗେ ହ୍ରାସ ପାଇଯାଏ ମସ୍ତିଷ୍କର ଅମ୍ଳଜାନ ଆବଶ୍ୟକତା ।ଜୀବକାଷଗୁଡ଼ିକ ହିମଶୀତଳ ତାପମାତ୍ରାରେ ସଂରକ୍ଷିତ ହାଇ ପରେ କ୍ରିୟାଶୀଳ ହାଇପାରୁଥିବାରୁ ବ୍ୟକ୍ତି ମରିଯିବା ପରେ ତା’ର ମୃତଦେହକୁ ଅତି ନିମ୍ନ ତାପମାତ୍ରାରେ ସାଇତି ରଖିବା ନିମନ୍ତେ ପଦକ୍ଷେପ ନିଆଗଲାଣି । ଯେଉଁ ରାଗରେ ଆକ୍ରାନ୍ତ ହାଇ ବ୍ୟକ୍ତିଟି ମୃତ୍ୟୁବରଣ କରିଥାଏ, ସେହି ରାଗର ଚିକିତ୍ସା ପଦ୍ଧତି ଭବିଷ୍ୟତରେ ଉଦ୍ଭାବିତ ହାଇଗଲେ ମୃତଦେହକୁ ସ୍ୱାଭାବିକ ତାପମାତ୍ରାକୁ ଫେରାଇ ଆଣି ତାକୁ ପୁନରୁଜୀବିତ କରାଯାଇପାରିବ ବାଲି ବୈଜ୍ଞାନିକମାନଙ୍କର ବିଶ୍ୱାସ । ତେବେ ନିମ୍ନ ତାପମାତ୍ରାରେ ସଂରକ୍ଷଣ କରି ମୃତଦେହର ଜୀବନଦାନ ପ୍ରଚେଷ୍ଟାକୁ ଅନେକ କଠାର ଭାବରେ ସମାଲାଚନା କରିଆସୁଛନ୍ତି । ଏହାସତ୍ତ୍”େ ପୁନର୍ଜୀବିତ କରାଇପାରିବାର ଲକ୍ଷ୍ୟରେ ଅତି ନିମ୍ନତାପମାତ୍ରାରେ ମୃତଦେହ ସଂରକ୍ଷଣ ନିମନ୍ତେ ପଦକ୍ଷେପ ନିଆଯାଇଛି । କେତାଟି ମୃତଦେହ ମଧ୍ୟ ସଂରକ୍ଷିତ ହାଇରହିଛି ଏହି ଉଦ୍ଦେଶ୍ୟରେ । ୧୯୯୨ ମସିହାରେ ଏପରି ଭାବରେ ୬୦ଟି ମୃତଦେହ ସଂରକ୍ଷଣ କରି ରଖାଯାଇଥିଲା । ମାତ୍ର ଏଯାବତ୍ କୌଣସି ଜଣକୁ ମଧ୍ୟ ପୁନର୍ଜୀବନ ଦିଆଯାଇପାରି ନାହିଁ । ହେଲେ ପ୍ରାଣୀମାନଙ୍କ ଉପରେ କରାଯାଇଥିବା ଏଭଳି ପରୀକ୍ଷାର ଫଳାଫଳ ରହିଆସିଛି ବେଶ୍ ଉତ୍ସାହଜନକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ