ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘର ଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ କେନ୍ଦ୍ରାପଡ଼ା ଜିଲ୍ଲାଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂଗଠନର ସଭାପତି ଦୟାନିଧି ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ସଙ୍ଘ ପତାକା ଉତ୍ତୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉଦଘାଟକ ଭାବେ ବରିଷ୍ଠ ଶିକ୍ଷାବିତ୍ ଅବନୀ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ପୁଣ୍ୟାତ୍ମା ବନମାଳୀ ବ୍ରହ୍ମଚାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମିଳନୀକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟସଙ୍ଘ ସଭାପତି ବିକ୍ରମ କୁମାର ଦାସ, ମୁଖ୍ୟବକ୍ତା ଭାବେ ରାଜ୍ୟସଙ୍ଘ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ୟସଙ୍ଘ ଉପସଭାପତି ଧନେଶ୍ୱର ପାତ୍ର, ରାଜ୍ୟସଙ୍ଘ କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ, ରାଜ୍ୟସଙ୍ଘ ଯୁଗ୍ମ ସାଧାରଣ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ଶିକ୍ଷକ ଦର୍ପଣର ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ଶିକ୍ଷକ ଦର୍ପଣର ସହ-ସମ୍ପାଦକ ସଚ୍ଚିଦାନନ୍ଦ ପରିଡା, ଜିଲ୍ଲାସଙ୍ଘ କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ସାହାଣୀ, ଜିଲ୍ଲାସଙ୍ଘ ଉପଦେଷ୍ଟା ବିଜୟ କୁମାର ଜେନା, ଗଗନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ପ୍ରଧାନଶିକ୍ଷକ ରାଧାନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ବ୍ୟବସ୍ଥା ଏବଂ ସଂଗଠନକୁ ସୁଦୃଢ କରିବା ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ରାଜ୍ୟସଙ୍ଘ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗାମୀ ତିନିବର୍ଷ ପାଇଁ କେନ୍ଦ୍ରାପଡ଼ା ରାଜସ୍ୱ ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପାଦିତ ହୋଇଥିଲା । ନବ ନିର୍ବାଚିତ କର୍ମକର୍ତ୍ତା ଭାବେ ସଭାପତି କରୁଣାକର ଭଳ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମଲ୍ଲ, ଉପସଭାପତି ପ୍ରଫୁଲ୍ଲ କୁମାର ବାରିକ ଓ ପ୍ରଫୁଲ୍ଲ କୁମାର ପରିଡା, ସମ୍ପାଦକ ଅଶୋକ କୁମାର ସାହୁ, ଯୁଗ୍ମ ସମ୍ପାଦକ ତୁଷାରକାନ୍ତ ସ୍ୱାଇଁ, ସହ ସମ୍ପାଦକ ବିଭୁତି ଭୂଷଣ ଦାସ, ଅଧର କୁମାର ଜେନା, ବିମଳ ପ୍ରସାଦ ପଣ୍ଡା ଓ ତରଣୀ ସେନ ଲେଙ୍କା, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଉପଦେଷ୍ଟା ଭାବେ ଅବନି କୁମାର ମହାନ୍ତି, ବିଜୟ କୁମାର ଜେନା, ଗଗନ ବିହାରୀ ସାହୁ, ରମେଶ ଚନ୍ଦ୍ର ସାହାଣୀ ଓ ଦୟାନିଧି ସ୍ୱାଇଁ ପ୍ରମୁଖ ନିର୍ବାଚିତ କରାଯାଇଥିଲା । ଏହି ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲାର ନଅଗୋଟି ବ୍ଲକର ସଭାପତି, ସମ୍ପାଦକ, ଶିକ୍ଷକ, ଶିକ୍ଷିକାମାନେ ଯୋଗ ଦେଇଥିଲେ । କେନ୍ଦ୍ରାପଡା ବ୍ଲକ ସଙ୍ଗର ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ସରୋଜ କାନ୍ତ ପାଇଟଲ, ପ୍ରଦୀପ କୁମାର ଲେଙ୍କା, କୈଳାଶ ଚନ୍ଦ୍ର ରାଉତ, ଚିତ୍ତରଞ୍ଜନ ସାହୁ, ଚକ୍ରଧର ସାମନ୍ତରାୟ, ଗୌରାଙ୍ଗ ଚରଣ ରାଉତ, ଗିରିଧାରୀ ସାହୁ, ପ୍ରଭଞ୍ଜନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।