ନିମ୍ନମାନର କଂକ୍ରିଟ୍ ରାସ୍ତା, ଲୋକେ ହନ୍ତସନ୍ତ

ନୟାହାଟ (ଜୁଗାବ୍ଦ ନ୍ୟୁଜ୍): କଥାରେ ଅଛି ବାଡ଼ ଯଦି କ୍ଷେତ ଖାଏ ଲୋକମାନେ ଦୋଷ ଦେବେ କାହାକୁ । ଜଣେ ଯନ୍ତ୍ରୀଙ୍କ ତଦାରଖରେ ନିମ୍ନମାନର ସିମେଣ୍ଟ ଠିକାଦାର ରାସ୍ତା କାର୍ଯ୍ୟରେ ବ୍ୟବହାରକରିବା ପରେ ଏବେ ରାସ୍ତାଟି ଫାଟିଗଲାଣି । ଦାୟୀ କିଏ ବୋଲି ଲୋକମାନେ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୟାହାଟ କଳାବୁଦା ରାସ୍ତାର ବଉଲାଙ୍ଗ ପଞ୍ଚାୟତ ଅଫିସଠାରୁ କୋରୁଆଳ ଗାଁ ଯାଏ ୪୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଉଥିଲା । ରାସ୍ତା କାର୍ଯ୍ୟ ହେବାର ୪୦ ଦିନ ମଧ୍ୟରେ ରାସ୍ତା ଫାଟି ମେଲା ହୋଇଗଲାଣି । ଏ ନେଇ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ । ରାସ୍ତା କାମ ସମୟରେ ନାମ ନଥିବା ନକଲି ସିମେଣ୍ଟ ଶସ୍ତାରେ କିଣି ଠିକାଦାର କାର୍ଯ୍ୟ କରୁଥିବା କେତେକ ସମ୍ବାଦପତ୍ରରେ ଖବର ପ୍ରକାଶ ପରେ କାମ ଶେଷ ଆଡକୁ କିଛି ଭଲ ସିମେଣ୍ଟ ବ୍ୟବହାର କରିଥିଲା । ରାସ୍ତା ମଝି ଭାଗ ଫାଟିଯିବା ଅଳ୍ପ ଦିନ ପରେ ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ୫ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯନ୍ତ୍ରୀଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ ହୋଇଥିବାରୁ ଠିକାଦାର ସହିତ ବେଶ୍ ହାତ ଚିକ୍କଣ କରି ରାସ୍ତା କାର୍ଯ୍ୟ ଠିକ୍ ଭାବେ କରାଯାଇନାହିଁ । ଏ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ