ନିମ୍ନମାନର ରାସ୍ତା କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଗତ କିଛି ମାସ ହେବ ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ପରମାନନ୍ଦପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଚାଲୁ ରହୁଛି । ମାତ୍ର ଉକ୍ତ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ସୁଫଳ ମିଳୁନାହିଁ । ଫଳରେ ଆଜି(ଶୁକ୍ରବାର) ଗ୍ରାମର ବହୁ ପୁରୁଷ ଓ ମହିଳା ମାନେ ନିମ୍ନମାରନ ରାସ୍ତା କ।।ର୍ଯ୍ୟ ହେଉଥିବା ପ୍ରତିବାଦରେ ସଂପୃକ୍ତ ଠିକାଦାରକୁ ଘେରାଉ କରିଥିଲେ । ଘଟଣାରୁ ପ୍ରକାଶ ଯେ, ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪୮ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିଳୋକ-ଛତାବର ପିଡବ୍ଲ୍ୟୁଡି ରାସ୍ତା ଠାରୁ ପରମାନନ୍ଦପୁର ପର୍ଯ୍ୟନ୍ତ ୧ କିମି ୨୦୦ ମିଟର ରାସ୍ତା କାର୍ଯ୍ୟ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗତ ତା-୧୮-୪-୨୦୧୮ରିଖ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ତା-୧୮-୧-୨୦୧୯ ରିଖରେ ଶେଷ ହେବା କଥା । ମାତ୍ର ଏହି ରାସ୍ତାର ପ୍ରାଥମିକ ପର୍ଯ୍ୟାୟ ଆରମ୍ଭ ହେବା ଠାରୁ କାର୍ଯ୍ୟ ଠିକ୍ ହେଉନଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଆସୁଥିଲେ । ପରବର୍ତ୍ତୀ ଅବସ୍ଥାରେ ରାସ୍ତାର କଂକ୍ରିଟ କାର୍ଯ୍ୟ ହେବା ସମୟରେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ । ବର୍ତ୍ତମାନ ରାସ୍ତାର କିଛି ଅଂଶ ପିଚୁ କାର୍ଯ୍ୟ ଚାଲୁଥିବା ବେଳେ ତାହା ଠିକ୍ ଭାବେ ହେଉନଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ତାହାକୁ ଗୁରୁତ୍ୱ ଦେଇନଥିଲେ । ଫଳରେ ଆଜି ଶତାଧିକ ଗ୍ରାମବାସୀ ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ଏକତ୍ରିତ ହୋଇ ସଂପୃକ୍ତ ଠିକାଦାରଙ୍କୁ ଘେରାଉ କରିଥିଲେ । ଏହି ରାସ୍ତା ଉପରେ ଗ୍ରାମର ଶତାଧିକ ଲୋକ ଯାତାୟତ କରୁଥିବା ବେଳେ ଉକ୍ତ ନିର୍ମାଣ କାର୍ଯ୍ୟକୁ ସଠିକ୍ ଭାବେ କରିବା ନେଇ ଗ୍ରାମର ରାଣୀ ମହାଳିକ, ସୁଶିଳା ବେହେରା, ନିର୍ମଳା ମହାଳିକ, ଗେଡି ମହାଳିକ, ରଞ୍ଜିତା ମହାଳିକ, ରତ୍ନାକର ମହଳିକ, ପାଣ୍ଡବ ମହାଳିକ, କୋଦଣ୍ଡ ମହାଳିକ, ନିରାକର ମଂଗଳ, ଗଜେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ବାରିକ, ସୁରେନ୍ଦ୍ର ବେହେରା, ଅନନ୍ତ ପରିଡାଙ୍କ ସମେତ ବହୁ ବ୍ୟକ୍ତି ଦାବୀ କରିଛନ୍ତି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।