ନିମ୍ନମାନ ର ରାସ୍ତା କାମ ହୋଇଥିବା ଅଭିଯୋଗ
(ଯୁଗାବ୍ଦ ନ୍ୟୁଜ ) ରାସ୍ତା କାମ ସରିବାର ତିନି ମାସ ବିତିନି ରାସ୍ତା ମଝିରୁ ରାସ୍ତା ଫାଟିକି ଆଁ କରିଛି,ଏଭଳି ଏକ ଦୃଶ୍ୟ ଦେଖିବାକୁ ମିିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଦୃଗମ ଅଞ୍ଚଳ ଢେପାଗୁଡା ପଞ୍ଚାୟତ ରେ ଏ ନେଇ ଚର୍ଚ୍ଚା ର ବିଷୟ ପାଲଟିଛି ବୁଦ୍ଧିଜୀବି ମହଲରେ । ଢ଼େପାଗୁଡା ପଞ୍ଚାୟତ ଗୁଟକେଳି ଗ୍ରାମରେ ନିର୍ମାଣ ହଇଥିବା ସିସି ରୋଡ଼ ଶ୍ୟମସୁନ୍ଦରପୁର କୁ ଯୋଗାଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ୨୦୧୮/୧୯ରେ ଅଟକଳ ମୂଲ୍ୟ ୩.୪୫୦୦୦ହଜାର ରେ ନିର୍ମାଣ ହୋଇଥିଲା କିନ୍ତୁ କାମ ସରିବାର ୩ମାସ ବିତିନିିି ରାସ୍ତା ମଝିରୁ ଫାଟିଗଲାଣି ତେବେ ଦୃଗମ ଅଞ୍ଚଳ ର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଠିକାଦାର ଏଭଳି ନିମ୍ନମାନର କାମ କରିଥିବା ଅଭିଯୋଗ ହେବାପରେ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ଆସିଛି ତଦନ୍ତ କଲାପରେ ଯାହା କିଛି କହିବେ ବୋଲି କହିଛନ୍ତି ।