ନିଯୁକ୍ତି ଦାବୀ ନେଇ କଣମଣା ପଂଚାୟତ ର ମହିଳା ମାନେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପକଣ୍ଠ ଗୋପାଳପୁର ପୋର୍ଟ ଓ ଆଇ ଆରଇ ଏଲ କମ୍ପାନୀରେ କଣମଣା ଗ୍ରାମ ପଂଚାୟତ ର ଲୋକଙ୍କୁ ନିଯୁକ୍ତି ଦେବା ଦାବୀନେଇ ନାରୀନେତ୍ରୀ ନୀଳାଦ୍ରି ପ୍ରଧାନ ଙ୍କ ନେତୃତ୍ୱ ରେ ବହୁ ମହିଳା ଓ ସ୍ଥାନୀୟ ବାସିନ୍ଦା ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି, ଆଗାମୀ ୧୫ଦିନ ମଧ୍ୟ ରେ ସେମାନଙ୍କ ଦାବୀ ଗୁଡିକ ପୂରଣ ନ ହେଲେ ଗୋପାଳପୁର ବନ୍ଦର ସମ୍ମୁଖରେ ଧାରଣା ଦିଆଯିବ ବୋଲି ଉକ୍ତ ଦାବୀ ପତ୍ର ରେ ଦର୍ଶାଯାଇଛି, ଏହି ଦାବୀ ପତ୍ର ପ୍ରଦାନ ବେଳେ ଭାଗିରଥି ବେହେରା, ରାଜେନ୍ଦ୍ର ବେହେରା, ହେମଲତା ବେହେରା, ଭବନୀ ଶଙ୍କର ବେହେରା ଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ