ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଗତ ଅକ୍ଟୋବର ମାସ ୧୮ ତାରିଖ ଠାରୁ ଚାଲି ଆସିଥିବା ଯୁକ୍ତ ତିନି ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ସହସଂଯୋଜିକା ଡଃ ଉର୍ମିଳା ମୁଦୁଲି ଓ ଡଃ ଯଶଶ୍ରୀ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ଏହି ତାଲିମ୍ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ କଲେଜର ଅଧ୍ୟକ୍ଷ ଗଣେଶ୍ୱର ମାଝି, ଦର୍ଶନଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଡଃ କେ.ଓମ୍‍ ନାରାୟଣ ରାଓ, ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡଃ ସରୋଜ କୁମାର ଜେନା ପ୍ରମୁଖ ଯୋଗଦେଇ ଏହି ତାଲିମ ଶିବିର ଆୟୋଜନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ମହିଳା ଓ ନାବାଳିକା ମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଦେଇ ସାଂପ୍ରତିକ ପରିସ୍ଥିତିରେ ଝିଅ ମାନେ ନିଜର ସୁରକ୍ଷା ପାଇଁ ଆତ୍ମସୁରକ୍ଷା କୌଶଳ ଶିକ୍ଷାଲାଭ କରି ମାନସିକ ଓ ଶାରିରୀକ ସ୍ତରରେ ବଳଶାଳୀ ହୋଇ ନିଜେ ନିଜର ରକ୍ଷକ ସାଜି ପାରିବାରେ ସକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା ଏହି ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିରରେ ଯୁକ୍ତତିନି ବର୍ଷ ପାଠ୍ୟକ୍ରମରେ ୨୫୩ ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିବା ଜଣାପଡିଛି । ଏହି ଅବସରରେ କଲେଜର ଛାତ୍ରୀ ଲକ୍ଷ୍ମୀବାଇ ବିଶ୍ୱାଳ, ତୁଳସୀ ସୁବୁଦ୍ଧି, ବର୍ଷାରାଣୀ ସେଠୀ, ଅଙ୍କିତା ସାହୁ, ଝୁମୁରୀ ବାଡତ୍ୟାଙ୍କ ଦ୍ୱାରା ଆତ୍ମସୁରକ୍ଷା ତାଲିମକୁ ଆଧାର କରି ପରିବେଷିତ ସୁନ୍ଦର ନାଟକ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ ଛାତ୍ରୀମାନଙ୍କ ମନ ମୋହିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିରର ପ୍ରଶିକ୍ଷିକା ରୂପେ ସଙ୍ଗୀତା ନାହାକ, ଲିଜା ପାତ୍ର ପ୍ରମୁଖ ଯୋଗ ତାଲିମ୍ ପ୍ରଦାନ କରିଥିଲେ । ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିରର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ର, ଡଃ ଲକ୍ଷ୍ମଣ କୁମାର ସୋରେନ୍‍, ଡଃ ପ୍ରମୋଦ କୁମାର ତିଆଡି, ସନାତନ ପ୍ରଧାନ, ଚାନ୍ଦିନୀ ସେଠୀ, ଇତିଶ୍ରୀ ପଣ୍ଡା, କ୍ରିଷ୍ଣା କୁମାରୀ ପାତ୍ର, ଶ୍ରଦ୍ଧାଞ୍ଜଳୀ ସାହୁ, ଡଃ ଲୀନା ଲିଲିୟାନ୍‍, ମମତା ନିଶାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ