ନିରାକାରପୁରରେ ପହଞ୍ଚିନି ଟ୍ରେନ୍

ନିରାକାରପୁର (ଯୁଗାବ୍ଦ ନ୍ୟୁଜ୍) ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳଷ୍ଟେସନରେ ଯାତ୍ରୀମାନେଇଛାପୁରମ୍ -କଟକ ମେମୁ ନଂ ୬୮୪୩୪ ଗାଡ଼ିକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଏହି ଗାଡ଼ି ବିଳମ୍ବରେ ଆସୁଥିବାର ଷ୍ଟେସନ ପକ୍ଷରୁ ଜଣାପଡ଼ିଥିଲା । କିନ୍ତୁ ଯାତ୍ରୀମାନେ ଇଣ୍ଟରନେଟରେ ଟ୍ରେନ ସମୟ ଦେଖିବା ବେଳକୁ ଟ୍ରେନ ନିରାକାରପୁର ଷ୍ଟେସନ ୧୦.୨୮ରେ ଅତିକ୍ରମ କରି ତାପଙ୍ଗ ଷ୍ଟେସନରେ ପହଞ୍ଚିଥିବା ଦେଖାଇଥିଲା । ଫଳରେ ଯାତ୍ରୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ସେମାନେ ଏ ସମ୍ବନ୍ଧରେ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । କିନ୍ତୁ ପ୍ରକୃତରେ ଗାଡ଼ି ନିରାକାରପୁର ଷ୍ଟେସନରୁ ପାଖାପାଖି ୨ଘଣ୍ଟା ବିଳମ୍ବ ୧୧.୧୫ ମିନିଟରେ ଛାଡ଼ିଥିଲା । ବର୍ତ୍ତମାନ ଲୋକମାନେ ନିଜର କର୍ମମୟ ଜୀବନରେ ବ୍ୟସ୍ତ ରହିବାସହ ସବୁକିଛି ଇଣ୍ଟନେଟ ଉପରେ ନିର୍ଭର କରୁଥିବାବେଳେ ରେଳବାଇର ଏପରି ଭୁଲ୍ ତଥ୍ୟ କିପରି ଅନ୍ଲାଇନରେ ପ୍ରଦର୍ଶିତ ହେଲା ସେ ସମ୍ବନ୍ଧରେ ତଦନ୍ତ କରିବାର ଆବଶ୍ୟକତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ