ନିରାଡମ୍ବର ଭାବେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ହାଟଡ଼ିହି, (ବିକାଶ ରଞ୍ଜନ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ହାଟଡିହି ଦମକଳ କେନ୍ଦ୍ର, ଛେନାପଦି ଛକସ୍ଥିତ ବିଭିନ୍ନ ଗ୍ୟାରେଜ, ସଢ଼ା ଲକ୍ଷ୍ମୀନାରାୟଣ ରାଇସ ମିଲ, ମା ମାଧୋଇ ରାଇସ ମିଲ, ଟେଲିଫୋନ ଏକ୍ସଚେଞ୍ଜ, ବଞ୍ଚୋଛକ, ଦଧିବାବନପୁର ଠାରେ ଥିବା ବିଦ୍ୟୁତ ଷ୍ଟ୍ରକ୍‌ଚର, ଗ୍ରାମ୍ୟ ଜଳଯୋଗାଣ ଅଫିସ ପ୍ରଭୃତି ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୁର୍ତ୍ତୀ ଓ ଫଟୋ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଦୋକାନ ଓ ଗ୍ୟାରେଜ ମାନଙ୍କରେ ବିଶ୍ୱକର୍ମା ପୂଜା କରାଯାଇଛି । ବଞ୍ଚୋ ଛକରେ ଦେବଶିଳ୍ପୀ ବିଶ୍ୱାକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ପଣ୍ଡିତ ପଦ୍ମନାଭ ପଣ୍ଡା ବେଦମନ୍ତ୍ରରେ ପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିଲେ । କାଳନ୍ଦୀ ଚରଣ ଓଝା, ସନାତନ ଓଝା, ରତ୍ନାକର ଓଝା, ଅନନ୍ତ ସ୍ୱାଇଁ, ସୁଧାଶୁଂ ରାଉତ, ଅମୀୟ ବରାଳ, ସୁଧାକର ଓଝା, ସୁବାସ ଚନ୍ଦ୍ର ଓଝା, ଦେବାଶିଷ ଓଝା, ନରେଶ ଓଝା, ସୁକାନ୍ତୀ ଓଝା, ସତ୍ୟସୁନ୍ଦର ଓଝା, ଝାନସୀ ଓଝା, ଅନନ୍ୟା ଓଝା, ଅଭିମନ୍ୟୁ ପରିଡା ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ବିଦ୍ୟୁତ ବିଭାଗ ପକ୍ଷରୁ କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବିଶ୍ୱକର୍ମା ପୂଜା ସମ୍ପର୍ଣ୍ଣ ହୋଇଛି । ପ୍ରତାପ ନାରାୟଣ ନନ୍ଦ, ସଞ୍ଜୟ କୁମାର ବଳ, ଚିନ୍ମୟ କୁମାର ମିଶ୍ର, ପ୍ରଦୀପ କୁମାର ଜେନା, ସତ୍ୟ ରଞ୍ଜନ ରାଉତ, ତାପସ କୁମାର ସାହୁ, ମହେଶ୍ୱର ଓଝା, ଅଣ୍ଟୁ ସୋରେନ ପ୍ରମୁଖ କର୍ମଚାରୀ ମାନେ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ମା ମାଧୋଇ ରାଇସମିଲରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ରାଇସମିଲର ଏମ.ଡି ପର୍ଶୁରାମ ପେଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ପ୍ରଦୀପ କୁମାର ପେଡା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନା କରିଥିବାବେଳେ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ