ନିରାପଦ ସଂଚୟ ଓ ସୁରକ୍ଷିତ ଭବିଷ୍ୟତ ପାଇଁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନିଜର କଷ୍ଟୋପାର୍ଜିତ ଅର୍ଥର ସଠିକ ଓ ସୁରକ୍ଷିତ ବିନିଯୋଗ କରିବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ସ୍ୱଳ୍ପ ସଂଚୟ ସଙ୍ଗଠନ ଆନୁକୂଲ୍ୟରେ ସଂଚୟ ରଥ ମାଧ୍ୟମରେ ସଚେତନତା କରାଯାଉଛି । ୩୧ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ସଂଚୟ ପକ୍ଷ ପାଳନ କରାଯାଉଥିବାରୁ ଉକ୍ତ ରଥ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଜନସଚେତନତା କରାଯାଉଛି । ଏହି ରଥ ମଙ୍ଗଳବାର ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହିତ ଗଜରାଜପୁରସ୍ଥିତ ଆର୍ତତ୍ରାଣ ବିଦ୍ୟାପୀଠ ଓ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନିରାପଦ ସଂଚୟ ଓ ବୃକ୍ଷରୋପଣ ବିଷୟରେ ସଚେତନ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ରଂଜନ କୁମାର ଦାସ ଯୋଗ ଦେଇ ବିପଦପୂର୍ଣ୍ଣ ସ୍ଥାନରେ ସଂଚୟ ନ କରି ଡାକଘର କିମ୍ବା ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ଗୁଡିକରେ ଜମା ରଖିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସହାୟକ ଶାରଦା ପ୍ରସନ୍ନ ସାହୁ, ଦିଲ୍ଲିପ କୁମାର ପରିଡା, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତି, ସ୍ୱଳ୍ପ ସଂଚୟ ଏଜେଂଟ ଶିବଶଙ୍କର ମହାନ୍ତି, ଜ୍ୟୋତିଷ କୁମାର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନାଉଗାଁ ବଜାର ଓ ବିଭିନ୍ନ ଗ୍ରାମରେ ଲିପଲେଟ୍ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ