ନିରାଶ୍ରୟଙ୍କ ଗହଣରେ ଜନ୍ମଦିନ ପାଳନ

ଭୁବନେଶ୍ୱର: ବସ୍ତୁବାଦୀ ଦୁନିଆରେ ସାଧାରଣତଃ ଜନ୍ମଦିନ ପାଳନ ଲୋକମାନେ ହୋଟେଲ, କ୍ଲବ, ପଞ୍ଚତାରକା ହୋଟେଲ, ମଣ୍ଡପରେ ନିଜର ବନ୍ଧୁ, ବାନ୍ଧବ, ସାଙ୍ଗସାଥୀମାନଙ୍କୁ ଏକାଠି କରି ଜାକଜମକରେ ଖୁସି ମନାଇଥାନ୍ତି । ସହରରେ ପାର୍ଟି, ଫଙ୍କସନ, ଡ଼ିଜେ ଓ କେକ୍ କଟା ଜରିଆରେ ଜନ୍ମଦିନ ପାଳନ କରାଯିବା ପରମ୍ପରାରୁ ବାହାରି ସ୍ମାର୍ଟନଗରୀ ଭୁବେନଶ୍ୱରର ଳକ୍ଷ୍ମୀସାଗର ବାସିନ୍ଦା ସଞ୍ଜୀବ କୁମାର ହରିଚନ୍ଦନ ଓ ବନ୍ଦନା ହରିଚନ୍ଦନ ନିଜର ଏକମାତ୍ର ପୁତ୍ର ଡୁଡୁନ୍ର ଜନ୍ମଦିନକୁ ଅସହାୟ ମୁମୁର୍ଷୁ ରୋଗୀଙ୍କ ଗହଣରେ କିଛିକ୍ଷଣ ବିତାଇ ଜନ୍ମଦିନର ସ୍ମୃତିକୁ ଉଜ୍ଜୀବିତ କରାଇଛନ୍ତି । ସେବା ପାଇଁ ଅର୍ଥ ନୁହେଁ ବରଂ ସୁନ୍ଦର ଏକ ମନ ଓ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ ବୋଲି ଦମ୍ପତ୍ତି ପ୍ରକାଶ କରିଛନ୍ତି । ଭୁବନେଶ୍ୱର ୟୁନିଟ୍-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲର ସଂକ୍ରାମକ ବିଭାଗରେ ଚିକିତ୍ସିତ ହେଉଥିବା ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ଏହି ଅବସରରେ ବେଡ୍ସିଟ୍, ସେଓ, ପାଉଁରୁଟି, ବିସ୍କୁଟ୍ ଇତ୍ୟାଦି ବଣ୍ଟନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଅସହାୟ ରୋଗୀମାନଙ୍କ ସହ ଜନ୍ମଦିନ ପାଳନର ଏହି ନିଆରା କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ସେଞ୍ଚୁରିୟାନ ବ୍ଲଡ଼ଡ଼ୋନର ଗୋପୀମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ନାରାୟଣ ଚନ୍ଦ୍ର ଓଝା, ରାଜଲକ୍ଷ୍ମୀ ମହାପାତ୍ର, ଶୁଭ୍ରାଂଶୁ ପଣ୍ଡା, ପ୍ରଦୀପ ମହାପାତ୍ର, ଜ୍ୟୋତିପ୍ରକାଶ ସ୍ୱାଇଁ, ବିକାଶ ରାଉତ, ପ୍ରସନ୍ନ ନାୟକ ଏବଂ ପୁତ୍ର ଡୁଡୁନ୍ ନାମରେ ନାମିତ ଡୁଡୁନ୍ ଫାଉଣ୍ଡେସନର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ