ନିରାଶ୍ରୟ ଭିନ୍ନକ୍ଷମ କୁମାରୀ ନାୟକ ଙ୍କୁ ସହଯୋଗର ହାତ ବଢାଇଲେ ବିଧାୟକ

ବୁଗୁଡା – ପୋଲସରା ନିର୍ବାଚନ ମଣ୍ଡଳୀ କଲମ୍ବ ପଂଚାୟତର କାଦପଡ଼ା ଗ୍ରାମର ନିରାଶ୍ରୟ,ଭିନ୍ନକ୍ଷମ ବୃଦ୍ଧା କୁମାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ। ପିଲାଟି ଦିନରୁ କୁମାରୀଙ୍କ ଦୁଇ ହାତରେ ୧୨ଟି ଆଙ୍ଗୁଳି ଓ ଦୁଇ ଗୋଡ଼ ପାଦରେ ୧୯ଟି ଆଙ୍ଗୁଠି।ହାତ ଓ ପାଦରେ ମୋଟ ୩୧ ଟି ଆଙ୍ଗୁଠି ଥିବା ସହ ପୁଣି ମୁକ ଓ ବଧିର। ଭିନ୍ନକ୍ଷମ ଯୋଗୁଁ କିଛି କାମ ମଧ୍ୟ କରି ପାରୁନଥିଲେ। ଭିନ୍ନକ୍ଷମ ଭତ୍ତା ୫୦୦ ଟଙ୍କା ମିଳୁଥିଲେ ମଧ୍ୟ ବାପା ଓ ମାଆଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ  ନିରାଶ୍ରୟ ହୋଇଯାଇଥିଲେ । ତାଙ୍କର ଜଣେ ସମ୍ପର୍କୀୟ କୁମାରୀଙ୍କ କିଛିଟା ସହାୟତା କରୁଥିବା ବେଳେ ଗ୍ରାମର ବିଭିନ୍ନ ଲୋକମାନଙ୍କ ସହାୟତାରେ ପେଟକୁ ଗଣ୍ଡେ ଖାଇବାକୁ ମିଳୁଥିଲେ ମଧ୍ୟ ଦିନେ ଦିନେ ଉପାସ ରହିବାକୁ ପଡୁଥିଲା। ଶୀତ କାକରରେ ଭଙ୍ଗା ଘରରେ ଅସହାୟ ଅବସ୍ଥାରେ କୁମାରୀ ବାସ କରୁଥିବା ବେଳେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଖରେ ଖବର ପହଁଚିବା ପରେ ସେ ସମ୍ପୁର୍ଣ୍ଣ ସହଯୋଗର ହାତ ବଢାଇଥିଲେ। ସେ କୁମାରୀଙ୍କୁ କାଦପଡାରୁ ନେଇ ତାଙ୍କ ସହଯୋଗରେ ପରିଚାଳିତ ହାତୀଓଟ ଜରାଶ୍ରମରେ ରଖିବା ସହ ସମସ୍ତ ପ୍ରକାର ବନ୍ଦୋବସ୍ତ କରି ଥଇଥାନ କରିଥିଲେ। ବର୍ତ୍ତମାନ କୁମାରୀ ନାୟକ ସେଠାରେ ଖୁସିରେ ରହିଥିବା ଜଣାପଡିଛି। ବିଧାୟକଙ୍କ ଏହି ପଦକ୍ଷେପକୁ ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ