ନିରାଶ୍ରୟ ସେବାଶ୍ରମ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ପୋଡ଼ପଡା ର ପ୍ରସିଦ୍ଧ ମା ଦକ୍ଷିଣକାଳୀ ମନ୍ଦିର ପରିସରରେ ନିରାଶ୍ରୟ ସେବାଶ୍ରମ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।ଗତ ଦୀପାବଳି ଉତ୍ସବ ଓ କାଳୀପୂଜା ଅବସର ରେ ପ୍ରସିଦ୍ଧ ମା ଦକ୍ଷିଣକାଳୀ ଙ୍କ ପୀଠରେ ଆଖପାଖ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।ଏହି ସମୟରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରା ସରିବାପରେ ମା ଙ୍କ ପୀଠ ଓ ଏହାର ଆଖପାଖ ଅଞ୍ଚଳ ରେ ବହୁତ ଅଳିଆ ଆବର୍ଜନା ହୋଇଥିଲା। ଏହାକୁ ଦୃଷ୍ଟି ରେ ରଖି ସ୍ୱେଚ୍ଛାସେବୀ ସଂଗଠନ ନିରାଶ୍ରୟ ସେବାଶ୍ରମ ତରଫରୁ ସଭାପତି ମାନସ ରଞ୍ଜନ ପାଢ଼ୀ ,ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ଉପସଭାପତି ଜୟକୃଷ୍ଣ ସାହୁ, ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ସତ୍ୟଭୂଷଣ ନାୟକ, ତ୍ରିନାଥ ବେହେରା, ବୈରାଗୀ ସାହୁ, କବିନ୍ଦ୍ର ନାୟକ, ଉମେଶ ଚନ୍ଦ୍ର ସାହୁ, ନାରାୟଣ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ କରିଥିଲେ। ସଂଗଠନ ର ଏପରି ଏକ ମହତକାର୍ଯ୍ୟ କୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବି ମାନେ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ