ନିରାଶ୍ରୟ ସେବାଶ୍ରମ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ରେ ପୂଜା ପାଇ ଆସୁଥିବା ପ୍ରସିଦ୍ଧ ମାଧବାନନ୍ଦ ଜୀୟୁ ଙ୍କର ସ୍ଥାପନା ଦିବସ ଯାତ୍ରା ଭୌମ ଏକାଦଶୀ ତିଥି ରେ ବହୁ ଲୋକଙ୍କ ସମାଗମ ରେ ଅନୁଷ୍ଠିତ ହୋଇ ଯାଇଛି। ଯାତ୍ରା ପରେ ମନ୍ଦିର ପରିସର ଓ ମନ୍ଦିର ବାହାର ଅଞ୍ଚଳ ରେ ବହୁତ ଅଳିଆ ଆର୍ବଜନା ପଡ଼ିରହିଥିଲା। ସ୍ଥାନୀୟ “ନିରାଶ୍ରୟ ସେବାଶ୍ରମ” ସ୍ଵେଛାସେବୀ ସଂଗଠନ ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ ହୋଇଛି।ଏହି କାର୍ଯ୍ୟକ୍ରମ ରେ ନିରାଶ୍ରୟ ସେବାଶ୍ରମ ସ୍ଵେଛାସେବୀ ସଂଗଠନ ର ଉପଦେଷ୍ଟା ଲଷ୍ମୀଧର ବେହରା, ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ଉପ ସଭାପତି ଜୟକୃଷ୍ଣ ସାହୁ, କିଶୋର କୁମାର ସାହୁ, ତ୍ରିନାଥ ବେହେରା, ପ୍ରମୋଦ କୁମାର ସାହୁ, ସତ୍ୟଭୂଷଣ ନାୟକ, ବୈରାଗୀ ସାହୁ ପ୍ରମୁଖ ଯୋଗଦେଇ ମନ୍ଦିର ବେଢ଼ା ପରିସର ଓ ଚତୁର୍ପାଶ୍ଵ ସଫେଇ କରିଥିଲେ। ନିରାଶ୍ରୟ ସେବାଶ୍ରମ ପକ୍ଷରୁ ଯାତ୍ରା ଦିବସରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିବାରୁ ଅନୁଷ୍ଠାନ ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନ ର ଏହି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ