ନିରାଶ୍ରୟ ସେବାଶ୍ରମ ପକ୍ଷରୁ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଅମରେଶ୍ୱର ମହାଦେବ ମନ୍ଦିର ପରିସରରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ନିରାଶ୍ରୟ ସେବାଶ୍ରମ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ଅମରେଶ୍ୱର ମନ୍ଦିର ର ବେଢା ପରିସର ସଫେଇ କରାଯିବା ସହିତ ବୃକ୍ଷରୋପଣ କରାଯାଇଅଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ର ଫଳଗଛ ଯଥା ଅଁଳା, ବାହାଡା, ଓଉ, କଇଁଥ, ପେସ୍ତାବାଦାମ, ମହୁଲ, ଆଦି ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅରକ୍ଷିତ ଭୋଇ, ମନୋରଞ୍ଜନ ପାଣି, ଚକ୍ରଧର ପାଣି ଯୋଗଦେବା ସହିତ ନିରାଶ୍ରୟ ସେବାଶ୍ରମ ର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ସତ୍ୟଭୂଷଣ ନାୟକ, କବିନ୍ଦ୍ର ନାୟକ, ବୈରାଗୀ ସାହୁ, ପ୍ରମୋଦ କୁମାର ସାହୁ, ଲଷ୍ମୀଧର ବେହେରା, ଜୟକୃଷ୍ଣ ସାହୁ, ଶ୍ରୀଧର ମିଶ୍ର ଏବଂ ଅମରେଶ୍ୱର ମନ୍ଦିର ର ପରିଚାଳନା କମିଟି ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ନିରାଶ୍ରୟ ସେବାଶ୍ରମ ସ୍ବେଛାସେବୀ ସଂଗଠନ ର ମିଶନ ଗ୍ରୀନ ୧୦୦୦ କାର୍ଯ୍ୟକ୍ରମ ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଦିନ ଆରମ୍ଭ ହୋଇ ଗାନ୍ଧୀ ଜୟନ୍ତୀ ଦିବସରେ ଶେଷ ହୋଇଛି।ଏଭଳି ମହତ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ନିରାଶ୍ରୟ ସେବାଶ୍ରମ ସ୍ବେଛାସେବୀ ସଂଗଠନ କୁ ପ୍ରଶଂସା କରାଯାଇଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ