ନିରାଡ଼ମ୍ବର ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର : ଦିନ କେଇଟା ପରେ ସ୍ୱାଧୀନତା ଦିବସ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦେଖିବାକୁ ମିଳିବନି ଆକର୍ଷଣୀୟ ପ୍ୟାରେଡ୍‌ । କରୋନା ଭୟରେ ଏ ବର୍ଷ ରାଜ୍ୟସ୍ତରୀୟ ପ୍ୟାରେଡ୍‌ ନିରାଡ଼ମ୍ବରରେ ପାଳନ ହେବ ବୋଲି ଜଣାପଡ଼ିଛି । ଏନେଇ କମିଶନରେଟ୍‌ ପୁଲିସ୍‌ ବରିଷ୍ଠ ଅଧିକାରୀମାନେ ସଚିବାଳୟ ଯାଇ ଏ ବିଷୟରେ ଆଲୋଚନା କରିଛନ୍ତି । ଯେତେ କମ୍‌ ସଂଖ୍ୟକ ପୁଲିସ୍‌ କର୍ମଚାରୀଙ୍କୁ ନେଇ ପତାକା ଉତ୍ତୋଳନ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ । ଏଥିରେ କୌଣସି ସ୍କୁଲ୍‌-କଲେଜର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଭାଗ ନେଇ ପାରିବେନାହିଁ । ଖାଲି ସେତିକି ନୁହେଁ ଯେଉଁ ପୁଲିସ୍‌ କର୍ମଚାରୀମାନେ ଏହି ରାଜ୍ୟସ୍ତରୀୟ ପତାକା ଉତ୍ତୋଳନରେ ଭାଗ ନେବେ ସେମାନଙ୍କର କରୋନା ଟେଷ୍ଟ କରାଯିବ । ଗାନ୍ଧିମାର୍ଗକୁ ସାନିଟାଇଜ୍‌ କରାଯିବ । ଏନେଇ ଖୁବ୍‌ଶୀଘ୍ର ସଚିବାଳୟରେ ଏବ ବଡ଼ ଧରଣର ବୈଠକ ହେବ । ତା’ପରେ ସରକାର ଏ ବିଷୟରେ ସ୍ପଷ୍ଟ ଭାବରେ ଜଣାଇବେ। ଖାଲି ଭୁବନେଶ୍ୱରରେ ନୁହେଁ ସାରା ରାଜ୍ୟରେ ନିରାଡ଼ମ୍ବର ଭାବରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ