ନିରାଡ଼ମ୍ବର ଭାବେ ପାଳିତ ହେଲା ବିଶ୍ୱ ଯକ୍ଷ୍ମା ଦିବସ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ଅଧୀନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ସୁଦର୍ଶନ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ “ଜୀବନ ରକ୍ଷା ନିମନ୍ତେ ଯକ୍ଷ୍ମା ରୋଗ ସମାପ୍ତ ପାଇଁ ବିନିଯୋଗ କରିବା” ବିଷୟ କୁ ଅନୁସରଣ କରି ଆଜି ଛତ୍ରପୁର ଉପଖଣ୍ଡ ଚିକିତ୍ସାଲୟ ସଭାଗୃହରେ ଆଡମ୍ବର ସହ ପାଳିତ ହେଲା ବିଶ୍ୱ ଯକ୍ଷ୍ମା ଦିବସ। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଯକ୍ଷ୍ମା ଓ ଫୁସଫୁସ ବିଶେଷଜ୍ଞ ଡା ନାରାୟଣ ମିଶ୍ର, ଗଂଜାମ ଜ଼ୀଲ୍ଲା ଯକ୍ଷ୍ମା ଚିକିତ୍ସା ଅଧିକାରୀ ଡା ଅବନି କୁମାର ପାତ୍ର, ସମାଜସେବୀ ଶ୍ରୀମତୀ ରୋଟାରିଆନ ଆଶା ମିଶ୍ର ଉକ୍ତ ସଭା ରେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୋଭା ଦ୍ଵିଗୁଣିତ କରିଥିଲେ। ଏ.ଏନ. ଏମ ତାରା ପଣ୍ଡା ଓ ସୁର୍ଯ୍ୟ କୁମାରୀ ଦେବୀ ଙ୍କୁ ଉତ୍ତମ ସେବା ନିମନ୍ତେ ପୁରସ୍କୃତ କରାଗଲା। ତତ୍ସହିତ ଲିଜ଼ାରାଣୀ ବେହେରା ଙ୍କୁ ଯକ୍ଷ୍ମା ପରୀକ୍ଷା ପାଇଁ, ଟିବି ଚମ୍ପିୟାନ ମୁନା ବେହେରା ଙ୍କୁ ଯକ୍ଷ୍ମା ସଚେତନତା ପାଇଁ, ଅମ୍ବିକା ପ୍ରସାଦ ଚୋୖଧୁରୀ ଙ୍କୁ ସହଯୋଗୀ ପାଇଁ ସଂମାନିତ କରାଗଲା। ଛତ୍ରପୁର ବିଜ୍ଞାନ କଲେଜ ଛାତ୍ରୀ ଦିପ୍ତୀମୟୀ ମହାନ୍ତି କୁଇଜ଼ ପ୍ରତିଯୋଗିତା ପାଇଁ ଓ ଛାତ୍ର ପ୍ରେମ କୁମାର ଦାସ ଚିତ୍ରାଙ୍କନ ପାଇଁ ପୁରସ୍କୃତ ହୋଇଥିଲେ। ସେହି ପରି ଆଶାକର୍ମୀ ସଂଗୀତା ମହାରଣା, କଳ୍ପନା ଖୁଣ୍ଟିଆ, ମିନତୀ ରାଣୀ ଷଡଙ୍ଗୀ ଓ ତୁଳସୀ ମୁଳି ଙ୍କୁ ଉତ୍ତମ କାର୍ଯ୍ୟ ନିମନ୍ତେ ସଂମାନିତ କରାଗଲା। ଉପସ୍ଥିତ ତିନି ବିଶିଷ୍ଟ ଚିକିତ୍ସା ଅଧିକାରୀ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ଡା ମିଶ୍ର ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ସ୍ୱାସ୍ଥ୍ୟ ସୁପରଭାଇଜର , ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଏ.ଏନ.ଏମ, ଆଶାକର୍ମୀ ଓ ଜନସାଧାରଣ ଙ୍କୁ ସରଳ ଭାଷା ରେ ବୁଝେଇଥିଲେ। ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବରୁଣ କୁମାର ପାଣିଗ୍ରାହୀ ସଭା ଆରମ୍ଭ ଓ ଧନ୍ୟବାଦ ବାର୍ତା ଦେଇଥିଲେ। ବି ପି ଏମ ସୀମାଞ୍ଚଳ ପ୍ରଧାନ ଓ ଟିବି ସୁପରଭାଇଜର ପ୍ରଭାତ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶ୍ରୀକାନ୍ତ ଚୌଧୁରୀ, କ୍ରିଷ୍ଣା ଚନ୍ଦ୍ର ଜେନା, ମହେନ୍ଦ୍ର ବେହେରା, ପୂର୍ଣ ଚନ୍ଦ୍ର ବେହେରା, ରୂପେଶ ପାଣିଗ୍ରାହୀ,  ସନ୍ତୋଷ କୁମାର ରାଜୁ, ଏନ୍ ସି ଡି କାଉନସିଲର ଶ୍ରୀ ଡି ଦେବହରି ରେଡ଼ି, ଏସ୍.ଟି.ଏଲ.ଏସ ଅନନ୍ତ ରାମ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ