ନିରାଡ଼ମ୍ବର ଭାବେ ହିଞ୍ଜିଳିରେ ପାଳିତ ହେଲା ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ କରୋନା କଟକଣାକୁ ଆଖି ଆଗରେ ରଖି ନିରାଡ଼ମ୍ବର ଭାବେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ପାଳିତ ହୋଇଯାଇଛି । ଗଜଲକ୍ଷ୍ମୀଙ୍କୁ ଅରାଧନା କରିବା ଲାଗି ସକାଳୁ ସନ୍ଧ୍ୟା ଯାଏଁ ଅସ୍ଥାୟୀ ପୂଜା ମଣ୍ଡପରେ ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହେଉଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଗ୍ରାମବାସୀ ଭକ୍ତି ଭାବନାର ଡ଼ୋରିରେ ବନ୍ଧା ହୋଇ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ସୁସଜ୍ଜିତ କଳାକୁଂଜ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ । ହିଂଜିଳିକାଟୁ ପୌରାଂଚଳ ପରିବା ବଜାର ସମେତ ବଇଁଚବଣିଆ ପୂଜା ମଣ୍ଡପ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ନିରାଡ଼ମ୍ବର ସହକାରେ ପାଳନ କରାଯାଇଛି ।ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ଅବସରରେ ସନ୍ଧ୍ୟାରେ ଅସ୍ଥାୟୀ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିବା ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା ।