ନିରୀହ ମା ଏବଂ ପୁତ୍ର ର କରୁଣ କାହାଣୀ ପାଳ ଗଦା ତଳେ ବିତୁଛି ଜୀବନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ, ରାଉତି ପଂଚାୟତ ର ପାଲାପଡା ଗ୍ରାମ କୁ ଯିବା ସମୟରେ ରାସ୍ତାରେ ଏକ ବରଗଛ ମୂଳରୁ ନିଆଁ ଜଳୁଥିବା ଏବଂ ଧୂଆଁ ବାହାରୁଥିବା ଦେଖି ଆମର ପ୍ରତିନିଧି ଘଟଣା ସ୍ଥଳରେ ପହଂଚି ଦେଖିଲା ବେଳକୁ ସେଠାରେ ଏକ ବୁଢ଼ୀ ମା ଏବଂ ତାଙ୍କର ପୁଅ ବସି ରୋଷେଇ କରୁଛନ୍ତି l ତାଙ୍କୁ ପଚାରି ବୁଝିବାରୁ ସେ ତାଙ୍କର କରୁଣକାହାଣି କହି କାନ୍ଦି ପକାଇଲେ l ତାପରେ ସେ ତାଙ୍କର ଦୁଃଖର କାହାଣୀ ବଖାଣି ଥିଲେ l ପାଲାପଡା ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ପ୍ରଧାନ ଙ୍କ କଥା କହିଥିଲେ l ସୁରେନ୍ଦ୍ରଙ୍କ ପରିବାର କହିଲେ 3ଜଣକୁ ବୁଝାଏ l ସୁରେନ୍ଦ୍ର, ତାଙ୍କ ସ୍ତ୍ରୀ ଓ ତାଙ୍କର ଗୋଟିଏ ପୁଅ l ସୁରେନ୍ଦ୍ର ଚାଷ କାମ କରି ପେଟ ପୋଷୁଥିଲେ l ସମୟର ବିଡ଼ମ୍ବନା ଭଗବାନ କେତେବେଳେ କାହାକୁ ନା କାହାକୁ ଦଣ୍ଡ ଦେଇ ଚାଲିଥାନ୍ତି l ଏହା ଦେଖିବାକୁ ମିଳିଥିଲା ସୁରେନ୍ଦ୍ର ଙ୍କ ପରିବାରରେ l ତାର କିଛି ଦିନ ପରେ ସୁରେନ୍ଦ୍ର କୋଷ୍ଠ ରୋଗରେ ପୀଡିତ ହେଲେ l ତାଙ୍କୁ ରୋଗହଵା ଯୋଗୁଁ ସେ କାମ କରି ପାରିନଥିଲେ l କିଛି ଦିନ ପରେ ଗ୍ରାମରେ ଥିବା ଚାଷ ଜମିକୁ ଭାଗ ଚାଷ କରିବା ପାଇଁ ଗ୍ରାମର ସନାତନ ପ୍ରଧାନଙ୍କୁ ଦେଇଥିଲେ l ସୁରେନ୍ଦ୍ର ପ୍ରଧାନ ଙ୍କୁ କୋଷ୍ଠ ରୋଗ ହବା କଥା ଗାଁ ଲୋକେ ଧୀରେ ଧୀରେ ଜାଣିପାରିଥିଲେ l ପରେ ତାଙ୍କୁ ଗାଁ ରୁ ବାସନ୍ଦ କରାଯାଥିଲା l ଏହାର ସୁଯୋଗ ନେଇ ସନାତନ ତାଙ୍କର ଥିବା ଚାଷ ଜମିକୁ ନିଜ ଅକ୍ତିଆରକୁ ଆଣି ନିଜ ଜମି ବୋଲାଇଲା l ଏମିତିକି ସୁରେନ୍ଦ୍ରଙ୍କ ବାସ ଗୃହକୁ ମଧ୍ୟ ଛାଡି ନ ଥିଲା l ଗୃହକୁ ଭାଙ୍ଗି ସେଠlରେ ଗୁହାଳ କରିଦେଇଥିଲl l ଦୀର୍ଘ 10ବର୍ଷ ପରେ ସୁରେନ୍ଦ୍ର ଙ୍କ ମୃତ୍ୟୁ ହୋଇଥିଲା l ମୃତ୍ୟୁ ଖବର ପୁଅ ଆସି ଗ୍ରାମବାସୀ ଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସାହାରା ତାଙ୍କୁ ମିଳିନଥିଲା l ପୁଅ ନିଜେ ନିଜ ବାପାର ସବକୁ କାନ୍ଦରେ ଧରି ଏକୁଟିଆ ଶବ ଶକ୍ତlର କଲା l ପୁଅ ଯେତେବେଳେ ଶୁଦ୍ଧି କ୍ରିୟା ପାଇଁ ଘରକୁ ଗଲେ ସେଠlରେ ତାଙ୍କ ଘରକୁ ଗୁହାଳ କରିଦିଆଯାଇଥିଲା l ସେଠlରେ ସନତନ ତାଙ୍କୁ ନାଲି ଆଖି ଦେଖେଇ ଧମକ ଦେଇ କହିଥିଲl ତୋର ଭାଗ୍ୟ ଭଲ ଥିଲେ ଗାଁରୁ ପଳାଇଯା l ତୋ ବାପା ତୁମର ସବୁ ଧନ ସମ୍ପତି ମୋତେ ବିକ୍ରି କରି ଦେଇଛି l ଏତିକରେ ତାର ରାଗ କମି ନ ଥିଲା, ଶେଷରେ ବୃଦ୍ଧା ମାର ହାତକୁ ବାଡେଇ ଭାଙ୍ଗି ଥିଲା ସୈତାନ ସନାତନ l ଏଥିରେ ତୋର କୌଣସି ଅଧିକାର ନାହିଁ l ପୁଅ ଅଶୋକ ଓ ତାର ବୃଦ୍ଧା ମା ଯଶୋଦା ଙ୍କୁ ନେଇ କାନ୍ଦି କାନ୍ଦି ଡରଭୟ ରେ ଗାଁ ଛାଡି ବଣ ଜଙ୍ଗଲ ରେ ଆଜକୁ ପ୍ରାୟ 15ବର୍ଷ ହେବ ଖରା, ବର୍ଷା ଓ ଶୀତ କାକରରେ ଜୀବନଯାପନ୍ନ କରି ଆସୁଛନ୍ତି l ଏତିକିରେ ତାଙ୍କର କାହାଣୀ ସରିନଥିଲା l ଏମିତିକି ମଧ୍ୟ ଭିକ ମଗି ନିଜ ମାକୁ ଖାଇବାକୁ ଦେଉଛନ୍ତି l ସେ ତାଙ୍କର ସ୍ଥାନୀୟ ବାସିନ୍ଦା କୁ କେତେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l ବର୍ତମାନ ବୃଦ୍ଧା ମା ର ବୟସ 72ବର୍ଷ, ପୁଅ ଅଶୋକର 33ବର୍ଷ ହେଲାଣି l ମିଥୁନ ସେଠୀ କହିଛନ୍ତି ମା ଓ ପୁତ୍ର କୁ ଜେମିତି ହେଲେ ତାଙ୍କରଘର ଏବଂ ଜମି ଫେରାଇ ଦେବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ହେଲେ ଏପଟେ ଭାଗ ଚାଷୀ ସନାତନ ତାଙ୍କ ଘରକୁ ଗାଈ ଗୁହାଳ କରି ବା ସହ ତାଙ୍କ ଜମି ଦଉନି ଏବଂ ନିଜର ଜୋଇଁ, ଝିଅ,ସ୍ତ୍ରୀ କୁ ଧରି ଧମକ ଦଉଚି ମାରିଦେବାକୁ ହେଲେ ଏପଟେ ଦୁଃଖିମା ର କଷ୍ଟ କହିଲେ ନ ସରେ ଗଣମାଧ୍ୟମ କୁ ଅନୁରୋଧ କରିଛନ୍ତି ଜାଗା , ଜମି ଫେରାଇବା ନିମନ୍ତେ ମୋତେ ସହାୟତା କରନ୍ତୁ l ଏ ପର୍ଯ୍ୟନ୍ତ ତାଙ୍କ ପ୍ରତି ପ୍ରଶାସନ ର କୌଣସି ଦୃଷ୍ଟି ପଡ଼ିନାହି l କେବେ ପଡିବ ପ୍ରଶାସନ ର ନଜର ଓ କେବେ ମିଳିବ ଯଶୋଦାଙ୍କୁ ନ୍ୟାୟ ତାହା ଦେଖାଵାକୁ ବାକି ରହିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ