ନିର୍ଦ୍ଦିଷ୍ଟ ଶିକ୍ଷକ କରୁଛନ୍ତି କୋଭିଡ଼୍‍ କାର୍ଯ୍ୟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ପ୍ରଶାସନ କେବଳ କେତେକ ନିର୍ଦ୍ଦିଷ୍ଟ ଶିକ୍ଷକମାନଙ୍କୁ କୋଭିଡ଼୍‍ କାର୍ଯ୍ୟରେ ନିୟୋଜିତ କରୁଛି ବୋଲି ଅଭିଯୋଗ କରି ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦିଆଯାଇଥିବା ଦାବିପତ୍ରରେ,ବ୍ଳକରେ ୫ଶହରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିବା ବେଳେ ମାତ୍ର ନିର୍ଦ୍ଦିଷ୍ଟ ୩୦ ରୁ ୩୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀକୁ ଗତ ୩ ମାସ ହେଲା ଜିଲା କୋଭିଡ଼୍‍ ନିୟନ୍ତ୍ରଣ କକ୍ଷରେ ନିୟୋଜିତ କରାଯାଇଛି। ସରକାରୀ କାର୍ଯ୍ୟ ସମସ୍ତ ସରକାରୀ କର୍ମଚାରୀ କରିବା ଉଚିତ୍‍। ତେଣୁ କେବଳ ନିର୍ଦ୍ଧଷ୍ଟ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରୋଷ୍ଟର ଭାବେ କୋଭିଡ଼୍‍ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସମିତି ଦାବି କରିଛି। ଏନେଇ  ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିବା ସହିତ ଆଲେଚାନା ମଧ୍ୟ କରିଛନ୍ତି। ସମିତିର ଆବାହକ ସରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସଭାପତି ସୁକାନ୍ତ କୁମାର ବେହେରା, କାର୍ଯ୍ୟକାରି ସଭାପତି ବିଜୟନନ୍ଦ ଦାସ, ସାଧାରଣ ସଂପାଦକ ଅରୁଣ କୁମାର ପାତ୍ର ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ। ଏନେଇ ଏକ ଦାବିପତ୍ର ଜିଲା ଶିକ୍ଷା ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ