ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ୱ ମୋକଦ୍ଦମା ଗୁଡିକ ଫୈସଲା କରିବାକୁ ସମସ୍ତ ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲ ଗୁଡିକର ରାଜସ୍ୱା ସମୀକ୍ଷା ଓସ୍ୱାନ ଦ୍ବାରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି  । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ୱ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେଯେ, ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି  । ଏଣୁକରି ତହସିଲଗୁଡିକରେ ପଡିରହିଥିବା ମ୍ୟୁଟେସନ୍ କେଶ୍ କେତେ କରିଛନ୍ତି, କେତେଗୋଟି ଖାରଜ କରାଯାଇଛି ଏବଂ ଏହାର କାରଣ, କେତେଗୋଟି ମୋକଦ୍ଦମା ଫୈସଲା ନିମନ୍ତେ ରହିଛି ତାହାର ତଥ୍ୟ ପ୍ରସ୍ତୁତ କରିଦିଅନ୍ତୁ I ସୈରାତ ଉତ୍ସଗୁଡିକର ବିନିଯୋଗ କେଉଁ ଭଳି କରାଯାଉଅଛି I ବେବନ୍ଦୋବସ୍ତ, ଗ୍ରାମ କଣ୍ଟ ପରମଭୋଗ, ଫାଇଭ୍-ଟି ଅନ୍ତର୍ଗତ ସ୍କୁଲ ଗୁଡିକ ରୂପାନ୍ତରୀତ କ୍ଷେତ୍ରରେ କେତୋଟି ସ୍କୁଲ କୁ ପଟ୍ଟା ହସ୍ତାନ୍ତରିତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଅଛି ଏବଂ ଭୂ ଅର୍ଜନ ସମ୍ପର୍କିତ ସମସ୍ତ ବିଷୟ ନେଇ ଜିଲ୍ଲାପାଳ ଅବଗତ କରାଇଥିଲେ  ।  ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ତହସିଲ ଠାରେ ରହିଥିବା ମ୍ୟୁଟେସନ କେଶ୍, ଗ୍ରାମ କଣ୍ଟ ପରମଭୋଗ, ସୈରାତ ଉତ୍ସ ପରିଚାଳନା, ଆର୍.ଓ.ଆର୍, ଜମିବିହୀନ ପରିବାରଙ୍କୁ ଗ୍ରାମ୍ୟ ଗୃହ ଯୋଗାଣ ପଟ୍ଟା ପ୍ରଦାନ ସମ୍ପର୍କିତ ସମୀକ୍ଷା କରିବା ସହିତ ସରକାରଙ୍କ ଠାରେ ୟୁ.ସି ଦାଖଲ ସମ୍ପର୍କିତ ସମସ୍ତ ଆଲୋଚନା କରିଥିଲେ  । ଖଣି ଖାଦାନ ଉପରେ ଅଧିକ ଦୃଷ୍ଟି ଦେବାକୁ ଏବଂ ଚଢାଉ କାର୍ଯ୍ୟକୁ ତ୍ବରାନ୍ବୀତ କରିବାକୁ ଜିଲ୍ଲାପାଳ କହିଥିଲେ  । ତହସିଲ ଗୁଡିକରେ ପଡି ରହିଥିବା କେଶ୍ ଗୁଡିକର ସବିଶେଷ ତଥ୍ୟ ଜିଲ୍ଲାକୁ ଦେବା ପାଇଁ କୁହାଯାଇଛି  । ଜିଲ୍ଲା ସ୍ତରରେ ସେହିସବୁ ତଥ୍ୟ କୁ ଆଧାର କରି ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ସଂପୃକ୍ତ ତହସିଲକୁ ପ୍ରଦାନ କରାଯିବ  । ଉକ୍ତ ସମୟ ମଧ୍ୟରେ ତହସିଲଦାରଗଣ ଫୈସଲା କରିବେ ଏବଂ କେଶ୍ ଗୁଡିକର ସଂଖ୍ୟା ଯେପରି ଜିରୋ ହେବ ସେହି ଦିଗରେ ଯତ୍ନଶୀଳ ହେବେ  । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତିଭାସନ୍, ଉପଜିଲ୍ଲାପାଳ ଛତ୍ରପୁର ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଡେପୁଟି କଲେକ୍ଟର ରାଜସ୍ୱ ରାଜ କିଶୋର ଜେନା , ସମସ୍ତ ତହସିଲର ତହସିଲଦାରଗଣ, ଅତିରିକ୍ତ ତହସିଲଦାରଗଣ  ଏବଂ ରାଜସ୍ୱ ବିଭାଗର କର୍ମଚାରୀଗଣ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ