ନିର୍ଦ୍ଦେଶିକା ଭାବେ ବଲିଉଡରେ ଡେବ୍ୟୁ କଲେ ଓଡ଼ିଆ ଝିଅ ଦେବମିତ୍ରା
ବଲିଉଡରେ ଆଉ ଜଣେ ଓଡ଼ିଆ ଝିଅ । ଆଉ ମାତ୍ର କିଛି ମାସ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଝିଅ ଦେବମିତ୍ର ବିଶ୍ୱାଳ ହସନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର “ମାତିଚୁର୍ ଚଖନାଚୁର୍’ ରିଲିଜ୍ ହେବାକୁ ଥିବା ବେଳେ ୟୁଟ୍ୟୁବରେ ଚର୍ଚ୍ଚା ପାଲଟିଛି ଟ୍ରେଲର୍ । ଗତ କାଲି ଅପଲୋଡ ହୋଇଥିବା ୨ ମିନିଟ୍ ୨୧ ସେକେଣ୍ଡର ଏହି ଫିଲ୍ମର ଟ୍ରେଲରର ଏବେ ସୁଦ୍ଧା ୬୦ ଲକ୍ଷ ଭିୟୁ ହୋଇସାରିଲାଣି । ନଭେମ୍ବର ୧୫ରେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରଟିରେ ମୁଖ୍ୟଭୂମିକାରେ ଆସୁଛନ୍ତି ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଆଥିୟା ସେଠୀ । ଏଥିରେ ନୱାଜୁଦ୍ଦିନ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିବେ । ସେ ଆଥିୟାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଆଥିୟାଙ୍କ ସ୍ୱପ୍ନ ଥିବ ଜଣେ ପ୍ରବାସୀ ଭାରତୀୟଙ୍କୁ ବିବାହ କରିବାକୁ । ପରେ ସେ ଦୁହିଁଙ୍କର ବିବାହ ହେଉଛି ଓ ହସ-ମଜ୍ଜାର ମାହୋଲ ସୃଷ୍ଟି ହୋଇଯାଉଛି ।


