ନିର୍ଦ୍ଧିଷ୍ଠ ଗୋଷ୍ଠୀଙ୍କୁ ସହଯୋଗ ନକରିବାରୁ ମାଡ ଅଭିଯୋଗ : ଜଣେ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ରହିଥିଲା । ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମ ପଞ୍ଚାୟତ ଆଲପୁର ଗ୍ରାମରେ ନିର୍ଦ୍ଧଷ୍ଠ ଗୋଷ୍ଠୀଙ୍କୁ ଭୋଟ ନଦେବାରୁ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଆକ୍ରମଣରେ ଆଲପୁର ଗ୍ରାମର ହରିହର ପୋଲାଇ ଗୁରୁତର ଆହତ ହୋଇଛନ୍ତି । ଏ ନେଇ ହରିହର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନଂ- ୮୯/୨୨ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ମିଳିଥିବା ସୂଚନା ପ୍ରକାରେ ହରିହର ଜୈନିକା ସରପଞ୍ଚ ପ୍ରାର୍ଥୀନିଙ୍କ ଏଜେଣ୍ଟ ଭାବେ ନିୟୋଜିତ ଥିଲେ । ମତଦାନ ଶେଷ ହେବା ପରେ ବୁଧବାର ସନ୍ଧ୍ୟାରେ ହରିହର ଗାଁ ଦାଣ୍ଡରେ ଜଣେ ସର୍ମ୍ପକୀୟ ସହ କଥା ହେଉଥିବା ସମୟରେ ବିପକ୍ଷ ଗୋଷ୍ଠୀର ମୁନା ପ୍ରଧାନ ନାମକ ଜଣେ ବ୍ୟକ୍ତି ଆସି କାହିଁକି ସେହି ଗୋଷ୍ଠୀଙ୍କ ଏଜେଣ୍ଟ ରହି ଆମକୁ ଅସଯୋଗ କରୁଛୁ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ପରେ ସେହି ଗ୍ରାମର କାହ୍ନୁ ଚରଣ ପୋଲାଇ ଓ କିଛି ସହଯୋଗୀ ମିଶି ହରିହରଙ୍କୁ ମାଡ ମାରିଥିଲେ । ସଂଘବଦ୍ଧ ଆକ୍ରମଣରେ ହରିହର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ