ନିର୍ଦ୍ବନ୍ଦରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗାବାରା ତିରୁପତି ରାଓ

ପାରଳାଖମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରେ ବିଜେଡ଼ି ୧୧ ଟି ଜିଲ୍ଲାପରିଷଦ ଆସନରେ ଏକ ପକ୍ଷିଆ ନିର୍ବାଚନ ଜିତିବା ପରେ ଆଜି ଅନୁଷ୍ଠିତ ହୋଇଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନରେ କାଶୀନଗର ବ୍ଲକ ଜିଲ୍ଲା ପରିଷଦ ଜୋନ୍ ନଂ.୨ରୁ ସଭ୍ୟ ଭାବେ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ଆସିଥିବା ଗାଵରା ତିରୁପତି ରାଓ ନିର୍ଦ୍ବନ୍ଦ୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ଜ୍ଝ ଶ୍ରୀ ରାଓ ୧୯୯୨ ମସିହା ଅର୍ଥାତ୍ ନିଜ କଲେଜ ଜୀବନ ରୁ ସରପଞ୍ଚ ଭାବେ ରାଜନୀତି ଆରମ୍ଭ କରିଥିଲେ । ଛାତ୍ର ଜୀବନ ରୁ ରାଜନୀତି ରେ ରୁଚି ରଖିଥିବା ତିରୁପତି ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ଭାବେ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ ଜ୍ଝ ଗତ ୨୦୧୯ ବିଧାନ ସଭା ନିର୍ବାଚନ ବେଳେ ସେ କଂଗେସ ଦଳ ଛାଡି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଥିବା ବିଧାୟକ ପ୍ରାର୍ଥୀ ଡ. ତ୍ରିପତି ପାଣିଗ୍ରାହି ଙ୍କୁ ସମର୍ଥନ ଜଣାଇ ଥିଲେ ଜ୍ଝ ଡ. ତ୍ରୀପତି ପାଣିଗ୍ରାହି ନିର୍ବାଚନରେ ପରାଜିତ ହେବାପରେ ବିଜେଡିରେ ଯୋଗଦେଈଥିଲେ ଜ୍ଝ ତାଙ୍କ ସହ ଗାଵରା ତିରୁପତି ରାଓ ମଧ୍ୟ ବିଜେଡ଼ି ଦଳରେ ଯୋଗ ଦେଇଥିଲେ ଜ୍ଝ ଏଣୁ ବିଜୁଜନତା ଦଳ ତାଙ୍କର ରାଜନୈତିକ ଅଭିଜ୍ଞତାକୁ ନେଇ ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀଭାବେ ଘୋଷଣା କରିଥିଲା ଜ୍ଝ ଜିଲ୍ଲାପରିଷଦ ଅଧକ୍ଷ ପାଈଁ ଆଉ କୌଣସି ଦଳରୁ କେହି ପ୍ରାର୍ଥୀନାମାଙ୍କନ ପତ୍ର ଦାଖଲ ନ କରିବାରୁ ଗବାରା ତିରୁପତି ରାଓ ଅପ୍ରତିଦ୍ଵନ୍ଦୀ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ପେଶା ରେ ସେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ନିଶାରେ ସେ ରାଜନୀତି କରି ଲୋକ ଙ୍କ ସମ୍ପର୍କ ରଖନ୍ତି । ସେ ଲୋକଙ୍କ ସେବା କରିବାରେ ମଗ୍ନ ରୁହନ୍ତି । ଏଣୁ ସେ ପୁନର୍ବାର ଜୋନ୍ ୨ ରୁ ଭଲ ଭୋଟ ବ୍ୟବଧାନରେ ଜିତି ଛନ୍ତି । ଜିଲ୍ଲା ଓ ରାଜ୍ୟ ସ୍ତର ନେତାଙ୍କ ବେଶ୍ ଆଦୃତ ଓ ସାଂସଦଙ୍କ ଖାସ ଲୋକ ହୋଇଥିବା ଓ ଜିଲ୍ଲାରେ ପ୍ରଚାର ମଙ୍ଗ ଧରିଥିବା ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହିଙ୍କ ସେ ଖାସ ଲୋକ ଜ୍ଝ ଏହା ସହ ସେ ଜଣେ ଉଛ ଶିକ୍ଷିତ ଭାବେ ସୁନାମ ଅର୍ଜନ କରିଥିବା ତିରୁପତି ରାଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ନେଇ ଗଜପତି ଜିଲ୍ଲା ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହା ସହ ଜିଲ୍ଲାର ବିକାଶ କ୍ଷେତ୍ରରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମୀକା ବହନ କରିବେ ବୋଲିଲୋକେ ଆଶା ବାନ୍ଧିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ