ନିର୍ବାଚନମଣ୍ଡଳୀର ବିକାଶମୂଳକ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ବାଚସ୍ପତିଙ୍କଦିଲ୍ଲୀଗସ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ବାଚସ୍ପତି ଡ଼ଃସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ତା ୨୧.୧୦.୨୦୨୧ ରୁ ୨୪.୧୦.୨୦୨୧ ରିଖ ପର୍ଯ୍ୟନ୍ତନୂଆଦିଲ୍ଲୀ ଗସ୍ତରେ ଯାଇ ଫେରି ଆସିଛନ୍ତି । ଓଡିଶା ବିଧାନ ସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ରାଜ୍ୟ ସଭାର ଅଧିକାରୀମାନଙ୍କ ସହ ଅଲୋଚନା କରିଛନ୍ତି । ଏଠି ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ବିଧାନସଭା କୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ପ୍ରକ୍ରିୟା ତ୍ଵରାନ୍ୱିତ ହେଉଛି । ସେ କେନ୍ଦ୍ର ରେଳମନ୍ତ୍ରୀ ମାନ୍ୟବର ଅଶ୍ୱିନୀବୈଷ୍ଣବଙ୍କୁସାକ୍ଷାତ କରି ରାୟଗଡା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା କରିଥିଲେ । ଉକ୍ତ ରେଳପଥ ଥେରୁବାଲି, ମୋହନା ଓ ଦିଗପହଣ୍ଡିକୁ ଗୋପାଳପୁର ସହିତ ସଂଯୋଗ କରିବ ଏବଂ ଏତଦ ଦ୍ୱାରା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଲୋକ ଉପକୃତ ହେବାକୁ ଥିବା ଦୃଷ୍ଟିରୁ ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ତୁରନ୍ତ କାର୍ଯ୍ୟକାରୀ ହେଲେ ଯୋଗାଯୋଗ, ଗମନାଗମନ ଓ ବିକାଶ କ୍ଷତ୍ରରେ ମୋହନା ଓ ଦିଗପହଣ୍ଡି ଅଞ୍ଚଳର ପ୍ରଭୃତ ଉନ୍ନତି ସାଧିତ ହେବ ବୋଲି ମଧ୍ୟ ସେ ମନ୍ତ୍ରୀଙ୍କୁ କହିଥିଲେ । ମାଟିଆ ସାହି ଏବଂ ମଦନ ମୋହନପୁର ଗ୍ରାମର ଜନସାଧାରଣଦୈନନ୍ଦିନ କାର୍ଯ୍ୟରେଟ୍ରେନ୍ ଲାଇନ ଅତିକ୍ରମ କରୁଥିବାରୁ ଧନ ଓ ଜୀବନର ନିରାପତ୍ତା ପାଇଁ ଓଭର ବ୍ରିଜ୍ କିମ୍ବା ଅଣ୍ଡରପାସ୍ ନିର୍ମାଣ ପାଇଁ ମଧ୍ୟ ରେଳ ମନ୍ତ୍ରୀଙ୍କଦୃଷ୍ଟି ଆକର୍ଷଣ କରିଥିଲେ। ଏତଦ୍ ବ୍ୟତୀତ ୧୫ବର୍ଷରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ ବିଦ୍ୟାଳୟକର୍ତ୍ତୃପକ୍ଷଙ୍କୁ ଦିଗପହଣ୍ଡି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୋଠା ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇଦେଇନାହାନ୍ତି । ତୁରନ୍ତ ଆବଶ୍ୟକ ପାଣ୍ଠି ପ୍ରଦାନ କରିବାକୁ ବାଚସ୍ପତି ଡଃ ପାତ୍ରକେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀମାନ୍ୟବର ଧମେନ୍ଦ୍ର ପ୍ରଧାନଙ୍କୁ ଅନୁରାଧ କରିଛନ୍ତି । କୁକୁଡାଖଣ୍ଡିରେ ବହୁ ସରକାରୀ କର୍ମଚାରୀ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ସେମାନଙ୍କ ପିଲାମାନେ ଗୁଣାତ୍ମକ ଶିକ୍ଷା ଆବଶ୍ୟକତା କରୁଥିବାରୁ ସେଠାରେ ମଧ୍ୟ ଅନ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ବାଚସ୍ପତିଙ୍କ ଅନୁରୋଧ ଅନୁଯାୟୀ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଦ୍ୱୟ ରାଜି ହୋଇଛନ୍ତି। ମାନ୍ୟବର ବାଚସ୍ପତି ମଧ୍ୟ ସମ୍ବିଧାନ କ୍ଲବ, ରଫି ମାର୍ଗଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ବୈଶ୍ୟ ସମ୍ମିଳନୀରେ ଯୋଗ ଦେଇ ଦେଶର ପ୍ରଗତିରେ ସେମାନଙ୍କ ଅବଦାନ ଉପରେ ଆଲୋକ ପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ