ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କୋଭିଡ ଟିକା

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଜିଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରାକ ସାବଧାନତା କୋଭିଡ ଟିକା ପାନ ( ପ୍ରିକସନାରୀ ଡୋଜ) ପ୍ରଦାନ ଆରମ୍ଭ ହୋଇଛି । ଏନେଇ ସଦର ମହକୁମା ସମେତ ଜିଲାର ମୋଟ ୩୭ ଟି କେନ୍ଦ୍ରରେ ଟିକା ପ୍ରଦାନ ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନରେ ନିୟୋଜିତ ବାବଦୀୟ ଆଦେଶପତ୍ର ପାଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ସ୍ୱତନ୍ତ୍ର କେନ୍ଦ୍ର ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରରେ ଏହି ଟିକା ଉପଲବ୍ଧ ହେଉଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ କହିଛନ୍ତି । ମୋଟ ୫,୫୦୦ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ସେ ସୂଚନା ଦେଇଛନ୍ତି । ସକାଳ ୯ଘଟିକାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଟିକାଦାନ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ