ନିର୍ବାଚନରେ ନେତାମାନଙ୍କ ଭୂମିକା ଓ ସାଧାରଣ ଭୋଟର
ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ । ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପୂର୍ବରୁ ଭାରତକୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ଗଢିତୋଳିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଦିନ ରାତି ଉଦ୍ୟମ ରଖô୍ଥିଲେ । ସେଥିପାଇଁ ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ଠାରୁ ଆରମ୍ଭ କରି ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ସବୁ ଆନ୍ଦୋଳନର ନେତୃତ୍ୱ ନେଇ ଶେଷରେ ଭାରତକୁ ଇଂରେଜମାନଙ୍କ ଠାରୁ ଛଡ଼ାଇ ଆଣିବାରେ ସଫଳ ହୋଇଥିଲେ ଗାନ୍ଧୀ । ଗାନ୍ଧୀଙ୍କର ବାଣୀ ଥିଲା ‘କୁଟି ଖାଅ, କାଟି ପିନ୍ଧ’ ଓ ବିଦେଶୀ ବସ୍ତ୍ରକୁ ବର୍ଜନ କର । ଏବେ ବି ଆମ ଦେଶ ତଥା ରାଜ୍ୟରେ ଖଦୀ ପୋଷାକର ·ହିଦା ରହିଛି । ଗାନ୍ଧୀଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରି ଆବାଳ ବୃଦ୍ଧବନିତା ଗାନ୍ଧୀଙ୍କ ସହିତ ଆନ୍ଦୋଳନର ନେତୃତ୍ୱ ନେଇ ସଫଳ କରାଇଥିଲେ । ଫଳରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ଲାଭ କଲା । ଏଥିପାଇଁ ନା ଥିଲା ଗାନ୍ଧୀଙ୍କର କ୍ଷମତା ଲୋଭ ନା ଥିଲା ଅର୍ଥର ଲାଳସା । ଗାନ୍ଧୀ ·ହୁଁଥିଲେ, ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେଉ, ଭାରତର ଜନସାଧାରଣ ଇଂରେଜମାନଙ୍କ ଉପରେ ନିର୍ଭର ନ କରି ନିଜେ ରୋଜଗାରକ୍ଷମ ହୁଅନ୍ତୁ, ମହିଳାମାନେ ସ୍ୱାବଲମ୍ବୀ ହୁଅନ୍ତୁ । ଦେଶରୁ ଗରିବୀ ହଟୁ, ନାରୀମାନଙ୍କ ଉପରେ ହିଂସା ଓ ନିର୍ଯ୍ୟାତନା ବନ୍ଦ ହେଉ । ନାରୀମାନେ ପୁରୁଷମାନଙ୍କ ସହ ସମକକ୍ଷ ହୋଇ ସମାଜ ପାଇଁ କାମ କରନ୍ତୁ । ସେହିପରି ଗୋପବନ୍ଧୁ ଦାସ ବନ୍ୟା ସମୟରେ ନିଜର ରୋଗୀଣା ସନ୍ତାନକୁ ଛାଡ଼ି ·ଲିଆସିଥିଲେ ବନ୍ୟା ପ୍ରପୀଡ଼ିତମାନଙ୍କୁ ଉଦ୍ଧାର କରିବା ପାଇଁ । ସୁଭାଷ ବୋଷ ଆଜାଦହିନ୍ଦ୍ ଫୌଜ ଜରିଆରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କହିଥିଲେ, ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ । ଏହିସବୁ ମହାପୁରୁଷମାନଙ୍କ ଦେଶ ପାଇଁ ଦେଇଥିବା ବଳିଦାନ ଯୋଗୁଁ ଆମେ ଏମାନଙ୍କ ଜନ୍ମ ଦିବସ ଓ ଶ୍ରାଦ୍ଧ ଦିବସ ପାଳନ କରୁଛୁ ପ୍ରତ୍ିବର୍ଷ । କିନ୍ତୁ ସେ ମହାପୁରୁଷମାନେ ଆଉ ନାହାଁନ୍ତି କି ସେମାନଙ୍କ ସେବା ଓ ଆଦର୍ଶ ଆଉ ନାହିଁ । ବର୍ତ୍ତମାନ ରାଜନେତାମାନଙ୍କ ସେବା ଓ ତ୍ୟାଗ କେବଳ ନିଜ ପାଇଁ ଓ ନିଜ ପରିବାର ପାଇଁ ଉଦ୍ଦିଷ୍ଟ । ଆଜିର ନେତାମାନେ ନିର୍ବାଚନ ବିଗୁଲ୍ ବାଜିଲେ ଏମାନଙ୍କ ଦର୍ଶନ ମିଳିଥାଏ । ନିର୍ବାଚନ ସମୟରେ ତୁହାକୁ ତୁହା ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥାନ୍ତି ନିଜର ଭୋଟ ହାତେଇବା ପାଇଁ । ‘ଦିନେ ନାହିଁ କାଳେ ନାହିଁ-ଗହ୍ମା ପୁନେଇଁରେ ମାଇଁ ମାଇଁ’ ନ୍ୟାୟରେ ସାଧାରଣ ଲୋକଙ୍କୁ ଘୃଣା କରୁଥିବା ଏହି ନେତାମାନେ ନିର୍ବାଚନ ସମୟ ପାଖେଇ ଆସିଲେ ଗାଁ ଗହଳିରେ ବୁଲି କେଉଁ ଛୋଟ ଛୁଆକୁ କାଖେଇ ଗେଲ କରନ୍ତି ତ କେଉଁ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ଆଲିଙ୍ଗନ କରୁଛନ୍ତି ତ ଆଉ କେହି କେହି ବିଲରେ କୃଷକମାନଙ୍କ ସହିତ କ୍ଷେତରେ ଧାନ କାଟିଲାଣିତ ଆଉ କିଏ ମୁଗବୋଝକୁ କାନେ୍ଧଇ ସୋସିଆଲ ମିଡ଼ିଆରେ ଛାଡ଼ିଲାଣି ।
ଏହି ନେତାମାନେ ଲୋକମାନଙ୍କୁ ପ୍ରତିଶ୍ରୁତି ଦିଅନ୍ତି ମୁଁ କ୍ଷମତାକୁ ଆସିଲେ, ହାତୀ ଦେବି, ଘୋଡ଼ା ଦେବି, ରାଜ୍ୟରୁ ଗରିରୀ ହଟେଇବି, ବେକାରୀ ଦୂର କରିବି, ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦେବି, କୃଷକମାନଙ୍କୁ ଋଣ ଛାଡ଼ ସହିତ କୃଷି ଓ କୃଷକର ଉନ୍ନତ ପାଇଁ ପଦକ୍ଷେପ ନେବିି, ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ସହିତ ରୋଜଗାରକ୍ଷମ କରିବା ଦିଗରେ ପଦକ୍ଷେପ ନେବି । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଦେବି, ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କରାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ରାଶି ପ୍ରଦାନ, ପ୍ରତ୍ୟେକ ଗ୍ରାମକୁ ଆଲୋକୀ କରଣ, ମାଗଣାରେ ରନ୍ଧନ ଗ୍ୟାସ ପ୍ରଦାନ, ଗମନା ଗମନର ସୁବିଧା, ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ, ନିତ୍ୟ ବ୍ୟବହାର ଦ୍ରବ୍ୟର ମୂଲ୍ୟ ହ୍ରାସ କରିବି, ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ହ୍ରାସ ଇତ୍ୟାତି ଉନ୍ନତିମୂଳକ ଯୋଜନା କରିବି । ବିଚରା ଆମେ ଭୋଟରମାନେ ମଧ୍ୟ ସେମାନଙ୍କ ପ୍ରତିଶ୍ରୁତିର ବଶବର୍ତ୍ତୀ ହୋଇ ସେଇମାନଙ୍କୁ ହିଁ ଭୋଟ ଦେଇ ନିର୍ବାଚିତ କରାଇଥାଉ । ଆଉ ନିର୍ବାଚନ ଜିତିସାରିବା ପରେ ନା ଏମାନଙ୍କର ଦେଖା ମିଳେ ନା କୌଣସି ପ୍ରତିଶ୍ରୁତି ପାଳନ କରିଥାନ୍ତି । ଗରୀବଙ୍କ ବଦଳରେ ପୁଞ୍ଜିପତି, କର୍ପୋରେଟ ସ୍ଥାମାନଙ୍କୁ ବେଶି ପ୍ରାଧାନ୍ୟ ଦିଆନ୍ତି । ଫଳରେ ଏହି ପୁଞ୍ଜିପତି ଓ କର୍ପୋରେଟ ସଂସ୍ଥାମାନଙ୍କର ସମ୍ପତ୍ତି ବହୁଗୁଣା ବଢୁଥିବା ବେଳେ ଏପଟେ ଗରୀବୀଙ୍କ ସଂଖ୍ୟା ବଢି ବଢି ·ଲିଛି । ଜଣେ ବ୍ୟକ୍ତି କୌଣସି କାମରେ ଏହି ରାଜନେତାମାନଙ୍କ ପାଖକୁ ଗଲେ ଏହି ରାଜନେତାମାନଙ୍କ ସୁରକ୍ଷା କର୍ମୀମାନେ ଏମାନଙ୍କୁ ଭିତରକୁ ତ ଛାଡ଼ନ୍ତି ନାହିଁ ବରଂ ମାର୍ମାର୍ ଦୂର୍ ଦୂର୍ କରି ଘଉଡ଼ାଇଥାନ୍ତି । ବହୁ କାକୁତି ମିନତି ହେଲା ପରେ କହିଥାନ୍ତି
ସୁବାଷ କୁମାର ତାରଣିଆ