ନିର୍ବାଚନରେ ଭୋଟ ହାର ବୃଦ୍ଧି ପାଇଁ ଜିଲ୍ଲାରେ ବ୍ୟାପକ କରାଯାଉଛି ଜନସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ବହୁ ସଂଖ୍ୟାରେ ଭୋଟରମାନେ ଯେପରି ନିଜ ମତଦାନ ସାବ୍ୟସ୍ତ କରି ପାରିବେ ସେଥିଲାଗି ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି । ପ୍ରଭାବଶାଳୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ (SVEEP) ମାଧ୍ୟମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ବିଶେଷ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯାଉଛି । ଭୋଟରମାନଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଅନୁପ୍ରାଣୀତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟେ ଭୋଟର ମହତ୍ତ୍ୱ ବାବଦରେ ବ୍ୟାପକ ଜନସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ରୁପ୍ସାସ୍ଥିତ ନୀଳମଣି ଉଚ୍ଚବିଦ୍ୟାଳୟଠାରେ ଯୁବବର୍ଗଙ୍କୁ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ମତାଧିକାର ସାବ୍ୟସ୍ତ କରିବା ସମ୍ବନ୍ଧୀୟ ସଚେତନତା ପାଇଁ ଦସ୍ତଖତ ଅଭିଯାନ ଏବଂ ପାରମ୍ପରିକ ପାଲାର ଆୟୋଜନ କରାଯାଇଥିଲା I ଏଥିସହିତ ପିଲାମାନଙ୍କ ମଧ୍ୟରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ସାମୁହିକ ଶପଥ ପଠନ କରାଯାଇଥିଲା I ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ବାଲେଶ୍ୱର ସଦର ବିଡ଼ିଓ ଶ୍ରୀ ସମରଜିତ କର, ଓରମାସର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୌଶିକ ପାତ୍ର, ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦାନ କରିଥିଲେ । ସୂଚନାଥାଉକି ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତ ଭୋଟରଙ୍କୁ ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ନିଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ ନିବେଦନ କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ