ନିର୍ବାଚନୀ ସଭା ମହଙ୍ଗା ପଡିଲା
ମଥୁରାର ସଂସଦୀୟ ଆସନରୁ ବିଜେପି ପ୍ରତ୍ୟାଶୀ ଏବଂ ସିନେ ଅଭିନେତ୍ରୀ ହେମା ମାଳିନୀ ନିର୍ବାଚନ ଆଚାର ସଂହିତା ଉଲ୍ଲଙ୍ଘନରେ ଫସିଛନ୍ତି । ତାଙ୍କୁ ନିର୍ବାଚନ ଅଧିକାରୀ ନୋଟିସ ଜାରୀ କରିଛନ୍ତି । ଭାରତୀୟ ନିର୍ବାଚନ ଆୟୋଗର ଶକ୍ତ ଆଦେଶ ସତ୍ୱେ ମଧ୍ୟ ଦଳ ପରିଷଦୀୟ ପ୍ରାଥମିକ ବିଦ୍ୟାଳୟ ଆଝଇ ଭବନରେ ନିର୍ବାଚନ ପାଇଁ ସଭା କରିଥିଲା ବୋଲି ଏହି ଅଭିଯୋଗ ହୋଇଛି । ବିଜେପି ପ୍ରତ୍ୟାଶୀ ହେମା ମାଳିନୀଙ୍କ ନିର୍ବାଚନୀ ସଭା ଗତ ମଙ୍ଗଳବାର ଦିନ ଚୌମୁହାଁ ବ୍ଲକର ଆଝାଇ ଗ୍ରାମରେ କରିବା ପାଇଁ ଅନୁମତି ନିଆଯାଇଥିଲା । କିନ୍ତୁ ଗାଁରେ ନିର୍ବାଚନୀ ସଭା କରିବା ବଦଳରେ ଗାଁରେ ଥିବା ପରିଷଦୀୟ ପ୍ରାଥମିକ ବିଦ୍ୟାଳୟ ଆଝାଇ ପ୍ରାଙ୍ଗଣରେ କରାଯାଇଥିଲା । କେବଳ ସେତିକି ନୁହେଁ ସକାଳ ୧୦ଟାରୁ ୧୧ଟା ପର୍ୟ୍ୟନ୍ତ ସଭାସ୍ଥଳରେ ମଂଚ ଉପରେ ଡ୍ୟାନ୍ସ କରାଯାଇଥିଲା ।


