ନିର୍ବାଚନୀ ହିଂସା, ପୁଣି ଗଡିଲା ମୁଣ୍ଡ
ପଶ୍ଚିମବଙ୍ଗରେ ଚାଲିଥିବା ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନରେ ବାଧା ସୃଷ୍ଟି କରିବା ପାଇଁ ଖଳ ପ୍ରକୃତିର ଲୋକେ ସବୁ ଚେଷ୍ଟା କରୁଛନ୍ତି । ମଙ୍ଗଳବାର ଦିନ ଚାଲିଥିବା ମତଦାନ ସମୟରେ ମୁର୍ଶିଦାବାଦର ରାଣୀ ନଗର ଅଞ୍ଚଳରେ ଦୁଷ୍ଟ ପ୍ରକୃତିର କିଛି ଲୋକେ ପୋଲିଂ ବୁଥରେ ଦେଶୀ ବୋମା ଫିଙ୍ଗି ଭୋଟରଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି । ନିର୍ବାଚନ ସମୟରେ ପଶ୍ଚିମବଙ୍ଗ ହିଂସା ବଢିବାରେ ଲାଗିଛି, ଯେଉଁଥିରେ ଜଣେ ଭୋଟରଙ୍କ ମୃତ୍ୟୁ ହୋଇଛି ।ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂଚନା ଅନୁସାରେ ମୁର୍ଶିଦାବାଦରେ କଂଗ୍ରେସ ଏବଂ ଟିଏମସି ସମର୍ଥକଙ୍କ ମଧ୍ୟରେ ଭିଷଣ ସଂଘର୍ଷ ହୋଇଥିଲା । ଯେଉଁଥିରେ ପୋଲିଂ ବୁଥର ଲାଇନରେ ଥିବା ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି । କଂଗ୍ରେସ ପ୍ରାର୍ଥୀ ଅବୁ ହୀନା ଦାବି କରିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେ କଂଗ୍ରେସ ଜଣେ କର୍ମୀ ।କଡା ସୁରକ୍ଷା ପରେ ମଧ୍ୟ ମତଦାନକୁ ପ୍ରଭାବିତ କରିବା ପାଇଂ ଏଠାରେ ଚେଷ୍ଟା କରାଯାଉଛି । ସକାଳ 7 ଟାରେ ମତଦାନ ଆରମ୍ଭ ସମୟରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା କିନ୍ତୁ 10ଟା ହେଉ ହେଉ ଚିତ୍ର ବଦଳି ଯାଇଥିଲା ଏବା ହିଂସା ବଢି ଯାଇଥିଲା।