ନିର୍ବାଚନ ଅଧିକାରୀ ଙ୍କ ଠାରୁ ଛଡ଼ାଇନେଲେ କାଗଜପତ୍ର
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :- ସମବାୟ ନିର୍ବାଚନ ପାଇଁ ମନୋନୟନ ପତ୍ର ଉପରେ ମିଳିତ ଅଭିଯୋଗ ଉପରେ ମିଳିତ ଶୁଣାଣି ପୂର୍ବରୁ ନିର୍ବାଚନ ଅଧିକାରୀ ଙ୍କ ଠାରୁ ଛଡ଼ାଇନେଲେ କାଗଜପତ୍ର । ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା ଧାମନଗର ସେବା ସମବାୟ ସମିତିରେ ସମବାୟ ନିର୍ବାଚନ ପାଇଁ ମନୋନୟନ ପତ୍ର ଉପରେ ମିଳିତ ଅଭିଯୋଗ ଉପରେ ଆଜି ମିଳିତ ଶୁଣାଣି ଥିଲା । ଦାୟିତ୍ୱ ରେ ଥିବା ନିର୍ବାଚନ ଅଧିକାରି ବିକ୍ରମ ସାହୁ ଅଫିସ କୁ ଯାଇ ନିଜ ଟେବୁଲ ଉପରେ ମନୋନୟନ ପତ୍ର , ଭୋଟର ତାଲିକା ଓ ରେଜିଷ୍ଟର ବାହାର କରି ତଦାରଖ କରୁଥିବା ସମୟରେ କିଛି ଗୁଣ୍ଡାପ୍ରକୃତିର ଲୋକ ଠିକ ଏହି ସମୟରେ ଅଫିସ ରେ ପଶିଥିଲେ । ନିର୍ବାଚନ ଅଧିକାରୀ ସମିତି ର ସମ୍ପାଦକ ଙ୍କ ସହ କଥା ହେଉଥିବା ବେଳେ ଭିତରେ ପଶିଥିବା ବ୍ୟକ୍ତି ମାନେ ସମସ୍ତ କାଗଜପତ୍ର ନେଇ ଦୌଡ଼ି ପଳାଇଥିଲେ। ଏ ଘଟଣା ନେଇ ଧାମନଗର ଥାନା ରେ ନିର୍ବାଚନ ଅଧିକାରୀ ବିକ୍ରମ ସାହୁ ଲିଖିତ ଏତଲା ଦେଇଛନ୍ତି । ତେବେ ତାଙ୍କ ଅଭିଯୋଗ ଅନୁଯାଇ ସ୍ଥାନୀୟ ତାଳପଦା ଗ୍ରାମର ଭାସ୍କର ସାହୁ, ପ୍ରକାଶ ଯେନା ହବିବନଗର ଗ୍ରାମର ସେକ ବାଦସାହା ଓ ଗୁମୁଗଡ଼ ଗ୍ରାମର ବିଜୟ ଘଡେଇଙ୍କ ସମ୍ପୃକ୍ତ ଥିବା CCTV ରୁ ଜଣାପଡିଛି ।


