ନିର୍ବାଚନ ଆଚରଣବିଧି ଲାଗୁଯୋଗୁ ମିଳିତ ଜନଅଭିଯୋଗ ଶୁଣାଣି ବନ୍ଦ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏବଂ ପାଟକୁରା ବିଧାନସଭା କ୍ଷେତ୍ର ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଚଳିତମାସ ୮ତାରିଖରେ ଆଳି ବ୍ଲକ କାର୍ଯ୍ୟାଳୟରେ,୧୫ତାରିଖରେ ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ଓ ୨୨ତାରିଖରେ ରାଜନଗର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । କିନ୍ତୁ ଗତ ୪ତାରିଖରେ ଭାରତର ନିର୍ବାଚନ କମିଶନଙ୍କ ଘୋଷଣା ମତେ ୯୬-ପାଟକୁରା ବିଧାନସଭା ନିର୍ବାଚନ ଭୋଟଗ୍ରହଣ ଚଳିତମାସ ୨୦ ତାରିଖରେ ଅନୁଷ୍ଠିତ ହେଉଥିବାରୁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବା ହେତୁ ଉପରୋକ୍ତ ୮,୧୫ ଓ ୨୨ତାରିଖର ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା ବାତିଲ କରିଦେଇଛନ୍ତି । ଜିଲ୍ଲାରୁ ଆଦର୍ଶ ଆଚରଣ ଆଚରଣବିଧି ଉଠିଲା ପରେ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଯଥାବିଧି ଚାଲୁ କରାଯିବ । ଏହା ଆଳି,ମହାକାଳପଡା,ରାଜନଗର ତଥା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଜଣାଇଦିଆଗଲା ।ଗୋପାଳକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ