ନିର୍ବାଚନ ଆଚରଣ ବିଧି ନେଇ ପ୍ରେସ୍ମିଟ୍

ଅନୁଗୋଳ(ଯୁଗାବ୍ଦ ନ୍ୟୁଜ୍‍): ତାଳଚେର ଠାରେ ଉପଜିଲ୍ଲାପାଳ ଓ ରିଟର୍ଣ୍ଣି ଅଫିସର୍ ପରେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମି ସାଧାରଣ ନିର୍ବାଚନକୁ ନେଇ ନିର୍ବାଚନୀ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରତ୍ୱାରୋପ କରିଛନ୍ତି ।ଆଗାମି ୨୩ ତାରିଖରେ ତାଳଚେର ଓ ଢ଼େଙ୍କାନାଳ ଲୋକସଭା ମଣ୍ଡଳି ଅନ୍ତର୍ଗତ ତାଳଚେର ବ୍ଲକ୍, କଣିହାଁ ଓ ତାଳଚେର ପୈାରାଂଚଳରେ ମତଦାନ ଅନୁଷ୍ଠିତ ହୋବାର ରହିଛି । ନିର୍ବାଚନୀ ଆଚରଣ ବିଧିକୁ ନେଇ ଓ ଆଇନ୍ ସମ୍ବନ୍ଧରେ ଶ୍ରୀ ନାୟକ ସୁଚନା ପ୍ରଦାନ ସହ ଭୋଟ୍ଦାନକୁ ସ୍ୱଛତାର ସହ ସମ୍ପାଦନ କରିବା ଏବଂ ଆଚରଣ ବିଧିକୁ କଡ଼ାକଡ଼ି ପାଳନ କରିବା ନେଇ ସାମ୍ବାଦିକ ମାନଙ୍କୁ ସୁଚନା ପ୍ରଦାନ କରିଥିଲେ । ଏହି କାରଣରୁ ରାଜନୈତିକ ଦଳର ବିିଭିନ୍ନ ବ୍ୟାନର୍ ଗୁଡ଼ିକୁ ଖୋଲି ଦିଆଯାଇଛି । ନିର୍ବାଚନ ନିମିତ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗ୍ରୁମ୍, ଡ଼ିଷ୍ପୋଜାଲ୍ ସେଂଟର, କାଉଂଟିଂ ସେଂଟର କରାଯିବା ସହ ସମସ୍ତ ନିର୍ବାଚନ କାର୍ଯ୍ୟ ଏହିଠାରୁ ତଦାରଖ କରାଯିବା ନେଇ ଉପଜିଲ୍ଲାପାଳ ସୁଚନା ଦେଇଥିଲେ । ଯଦି କୈାଣସି ବ୍ୟକ୍ତି ଆଚରଣ ବିଧି ଉଲଙ୍ଘନ କରେ ତେବେ ଅଭିଯୋଗକାରୀ ସି-ଭିଜିଲ୍ ଆପ୍ର ବ୍ୟବହାର କରିପାରିବେ, ଠିକ୍ରୁପେ କାର୍ଯ୍ୟ କରୁଛିକି ନାହିଁ ତଦାରଖ ପାଇଁ ୬ଟି ଦଳ ନିୟୋଜନ, ସମୁଦାୟ୨୦୧ଟି ବୁଥ୍ରେ ମତଦାନବିଷୟରେ ସୁଚନା ଦିଆଯାଇଥିଲା । ତାଳଚେର ବ୍ଲକ୍ର ୧୨୯ଟି, କଣିହାଁ ବ୍ଲକ୍ରେ ୪୪ଟି, ତାଳଚେର ପୈାରାଂଚଳରେ ୨୮ଟି ବୁଥ୍ ରହିବ । ୨୦ଟି ସମ୍ବେଦନଶୀଳ ବୁଥ୍ରେ ୱେବ କାଷ୍ଟିଂ, ୧୨ଟି ବୁଥ୍ରେ ସିସିଟିଭି, ୫ଟି ବୁଥ୍ରେ ଭିଡ଼ିଓଗ୍ରାଫି,୩ଟି ବୁଥ୍ରେ ମାଇକ୍ରୋ ଅବ୍ଜର୍ଭର ରହିବ । ପ୍ରତ୍ୟେକ କେନ୍ଦ୍ରରେ ର‌୍ୟାମ୍ପ୍, ପାନୀୟଜଳ, ଶୈାଚାଳୟ, ବିଦ୍ୟୁତ୍ ସଂଯୋଗ, ବିଶ୍ରାମ ଗୃହ ଇତ୍ୟାଦିର ବ୍ୟବସ୍ଥା କରିବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ଦୁଇଜଣ ସାହାଯ୍ୟକାରୀ, ବୃଦ୍ଧ, ବୃଦ୍ଧା, ଅସହାୟ ମାନଙ୍କ ନିମନ୍ତେ ଅଟୋର ବ୍ୟବସ୍ଥା ରହିବ । ପ୍ରାର୍ଥୀଙ୍କ ବିରୁଦ୍ଧରେ କୈାଣସି ଅପରାଧିକ ମାମଲା ଥିଲେ ଅନ୍ତତଃ ପକ୍ଷେ ଗଣମାଧ୍ୟମକୁ ତିନିଥର ଜଣାଇବାକୁ ବାଧ୍ୟ ହେବେ । ଏସବୁ ବ୍ୟତିତ ପ୍ରାର୍ଥୀମାନେ ପ୍ୟାନ୍ କାର୍ଡ଼, ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଚାର, ଗଣମାଧ୍ୟମ ପ୍ରତିନିଧିମାନେ ୧୦୦ମିଟର ପ୍ରତିବନ୍ଧକ ଅଂଚଳ ପର୍ଯ୍ୟନ୍ତ ଯାଇପାରିବେ । ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତାଳଚେର ଠାରେ ଏକ ବୁଥ୍ ଯାହାକି ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ସମୁଦାୟ ଭୋଟର ବର୍ତମାନ ସମୟରେ ୧ଲକ୍ଷ ୭୫ହଜାର ୮୫୬ଜଣ ରହିଥିବା ବେଳେ ପୁରୁଷ ୯୩ହଜାର ୬୨୮, ମହିଳା ୮୨ହଜାର ୨୦୧ ଓ ତୃତୀୟ ଲିଙ୍ଗ ୨୭ଜଣ ଅଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୈାରପାଳିକା ଅଧିକାରିଣୀ ଅତସୀ ପରିଡ଼ା, ସହକାରୀ ଜିଲ୍ଲାପାଳ ଗୈାରି ନାଏକ, ଅତିରିକ୍ତ ତହସିଲ୍ଦାର ସଚ୍ଚିଦାନନ୍ଦ ନାୟକ, ସୁଚନା ଓ ଲୋକ ସଂପର୍କ ଅଧିକାରୀ ସୈାରଭ ନାୟକଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ