ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ବିତିନି, ନିୟମ ଉଲ୍ଲଂଘନ କଲେ ସାଂସଦ, ମାମଲା ରୁଜୁ

ସୀତାମାରି (ବିହାର): ୨ଠ୧୯ ଲୋକସଭା ନିର୍ବାଚନ ସମେତ ୪ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ ଆଚରଣବିଧି ମଧ୍ୟ ଲାଗୁ କରିଛନ୍ତି । ଅର୍ଥାତ୍ ରବିବାର ଅପରାହ୍ଣ ୫ଟା ଠାରୁ ଦେଶବ୍ୟାପୀ କଡାକଡି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ବ୍ୟକ୍ତିବିଶେଷ କିମ୍ବା ଦଳଗତ ଭାବେ ଏହାର ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ବାଚନ ଆୟୋଗ ଚେତାବନୀ ଦେଇସାରିଛନ୍ତି । ତେବେ, ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ପୂରଣ ହୋଇନଥିବା ବେଳେ ବିହାରର ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍ଏଲ୍ଏସ୍ପି)ର ସାଂସଦ ରାମ କୁମାର ଶର୍ମାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି । ଜିଲ୍ଲାପାଳ ରଞ୍ଜିତ୍ କୁମାର ଆଜି ସୀତାମାରି ପୁଲିସ୍ ଷ୍ଟେସନରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନାନୁସାରେ ଆର୍ଏଲ୍ଏସ୍ପି ସାଂସଦ ରାମ କୁମାର ଶର୍ମା ନିୟମ ଉଲ୍ଲଂଘନ କରି ଆଜି ଜିଲ୍ଲାରେ ଏକ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଥିଲେ । ଏହା ଆଦର୍ଶ ନିର୍ବାଚନ ବିଧିକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଜିଲ୍ଲାପାଳ ସାଂସଦ ରାମ କୁମାର ଶର୍ମାଙ୍କ ବିରୋଧରେ ଏହି ମାମଲା ଆଗତ କରିଥିବା ଜଣାପଡିଛି । ଅନ୍ୟପକ୍ଷେ ସାଂସଦ ରାମ କୁମାର ଶର୍ମା ଏପରି କରିବା ନିର୍ବାଚନ ଆଚରଣ ବିଧି ନିୟମର ପରିସରଭୁକ୍ତ ହେଉନଥିବାରୁ ସେ କୌଣସି ନିୟମ ଉଲ୍ଲଂଘନ କରିନଥିବା ସଫେଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ