ନିର୍ବାଚନ ଆରଚଣ ବିଧି ଉଲ୍ଲଂଘନ ପଡିଲା ମହଙ୍ଗା

ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କୁ ନିଜ ଭାଷଣାରେ ନିର୍ବାଚନ ଆରଚଣ ବିଧି ଉଲ୍ଲଂଘନ କରିବା ଘଟଣା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଉଭୟ ଯୋଗୀ ଓ ମାୟାବତୀଙ୍କୁ ତାଙ୍କର ଏତାଦୃତ ଆଚରଣ ପାଇଁ ନିର୍ବାଚନ କମିସନ କଟୁ ଭର୍ତ୍ସନା କରିଛନ୍ତି। ଏଥିସହ ଆସନ୍ତାକାଲି ସକାଳ ୬ଟାରୁ ଆଗାମୀ ୭୨ ଘଣ୍ଟା ପାଇଁ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସକାଳ ୬ଟାରୁ ଆସନ୍ତା ୪୮ ଘଣ୍ଟା ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ କୌଣସି ନିର୍ବାଚନୀ ରାଲିରେ ଭାଷଣ କିମ୍ବା ଉଦ୍‌ବୋଧନ ଦେଇପାରିବେ ନାହିଁ ବୋଲି ସେମାନଙ୍କ ଉପରେ ନିଷେଦ୍ଧାଦେଶ ଲଗାଇଛନ୍ତି ନିର୍ବାଚନ କମିସନ।ଉଲ୍ଲେଖଯୋଗ୍ୟ, ଉଭୟ ନେତା ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେବା ଅବସରରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ସହ ତାଙ୍କ ଭାଷଣରେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥଇବା ଦର୍ଶାଇ ନିର୍ବାଚନ କସିସନ ତାଙ୍କ ଉପରେ ଏହି ନିଷେଧାଦେଶ ଜାରି କରିଥିବା ଜାଣିବାକୁ ମିଳିଛି। ଚଳିତ ନିର୍ବାଚନ ପ୍ରଚାର ଅବସରରେ ନିର୍ବାଚନ କମିସନଙ୍କ ଦ୍ୱାରା ଏହିପରି ଦଣ୍ଡାଦେଶ ପାଇବାରେ ଏହି ଦୁଇ ନେତା ସର୍ବପ୍ରଥମ ଥିବା ଜାଣିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ