ନିର୍ବାଚନ କାର୍ଯ୍ୟରେ ୪୮୮ ବସ୍, ଯାତ୍ରୀ ହିନସ୍ତା

ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍‍):୨୩ ତାରିଖ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଅଧିକାଂଶ ଗାଡ଼ିମୋଟର ରିକ୍ୟୁଜିସନ୍ କରାଯାଇଥିବା ବେଳେ ଗାଡ଼ି ଅଭାବରୁ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ପରିଲକ୍ଷିତ ହୋଇଛି । ଅଧିକାଂଶ ବସ୍ ନିର୍ବାଚନ କାମରେ ନିୟୋଜିତ ହୋଇଥିବାରୁ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଯାତ୍ରୀବାହୀ ଗାଡ଼ିର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଯାତ୍ରୀ ଅଟୋ ଉପରେ ନିର୍ଭର କରୁଛନ୍ତି । ଲୋକଙ୍କ ଏହି ଅସୁବିଧାର ଭରପୁର ଫାଇଦା ଉଟାଇଛନ୍ତି ଅଟୋ ଚାଳକ । ଅଟୋ ଗୁଡ଼ିକ ଆବଶ୍ୟକତା ଠାରୁ ଅଧିକ ଭଡ଼ା ମାଗୁଥିବା ଯାତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲାରେ ନିର୍ବାଚନ ପାଇଁ ୧୧୫ଟି ୧୭ ସିଟ୍ ବିଶିଷ୍ଟ ବସ୍, ୧୩୦ଟି ୨୫ ବିଶିଷ୍ଟ ବସ୍, ୧୦୫ଟି ୩୨ସିଟ୍ ବିଶିଷ୍ଟ ବସ୍, ୮୯ଟି ୪୦ ସିଟ୍ ବିଶିଷ୍ଟ ବସ୍ ଓ ୧୯ଟି ୫୨ ସିଟ୍ ବିଶିଷ୍ଟ ବସ୍ ରିକ୍ୟୁଜିସନ୍ ହୋଇଛି । ଯାତ୍ରୀବାହୀ ବସ୍ଗୁଡ଼ିକ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଅଧିକାଂଶ ରୁଟ୍ରେ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଆଜି ପୋଲିଂ କର୍ମଚାରୀଙ୍କୁ ବି ନାକେଦମ୍ ହେବାକୁ ପଡ଼ିଛି । ଜିଲ୍ଲାର କୋଣ ଅନୁକୋଣରୁ ପୋଲିଂ କର୍ମଚାରୀଙ୍କୁ ସକାଳ ୭ଟାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ବସ୍ ଚଳାଚଳ ହେଉନଥିବାରୁ ଏହି କର୍ମଚାରୀମାନ ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏମିତିକି କିଛିଟା ଅଟୋ ଭଡ଼ା କରି ଆସିଥିବା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ