ନିର୍ବାଚନ ଖର୍ଚ୍ଚ ପର‌୍ୟ୍ୟବେକ୍ଷକ ଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ, : ଚଳିତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ ଖର୍ଚ୍ଚର ସଠିକ ପରିଚାଳନା କୁ ନେଇ ଆଜି ଛେଣ୍ଡିପଦା,ଆଠମଲ୍ଲିକ, ତାଳଚେର ଓ ପାଲହଡା ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ପର‌୍ୟ୍ୟବେକ୍ଷକ ଅନୁଗୁଳ ଗସ୍ତରେ ଆସି ନିର୍ବାଚନ ପରିଚାଳନା ଦାଇତ୍ୱ ରେ ଥିବା ବିଭିନ୍ନ ଦଳର କର୍ମକର୍ତା ମାନଙ୍କ ସହ ଆଲୋଚନା କରିଥିଲେ।ନିର୍ବାଚନ କାର‌୍ୟ୍ୟରେ ନିରପେକ୍ଷତା ଅବଲମ୍ବନ ପୂର୍ବକ ଲୋକପ୍ରତିନିଧି ଆଇନ ୧୯୫୧ ର ସଠିକ କାର‌୍ୟ୍ୟକାରିତା ଉପରେ ପର‌୍ୟ୍ୟବେକ୍ଷକ ଆଲୋକପାତ କରିଥିଲେ ଓ ପ୍ରତ୍ୟେକ ଦଳର କାର‌୍ୟ୍ୟକାରିତା ଓ ଖର୍ଚ୍ଚର ସଠିକ ହିସାବ ଉପରେ ଗୁରୁତ୍ୱାରୋପ କରିଥିଲେ।ପ୍ରାର୍ଥୀ ମାନଙ୍କ ଦ୍ୱାରା ବାସ୍ତବ ଓ ସଠିକ ତଥ୍ୟ ସମ୍ବଳିତ ଖର୍ଚ୍ଚ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ।ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ବେଳେ କୌଣସି ବ୍ୟକ୍ତି ଓ ପ୍ରାର୍ଥୀ ଙ୍କ ଦ୍ଵାରା ଅନଲାଇନ ରେ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଟ୍ରାନ୍ସଫର କରିବା ଉପରେ କଡା ନଜର ରଖାଯିବ।ଏହା ସହିତ ନିର୍ବାଚନ ସମୟରେ ମଦ କାରବାର କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉ ଥିବାର ସୂଚନା ପ୍ରଶାସନ ପକ୍ଷରୁ ପର‌୍ୟ୍ୟବେକ୍ଷକ ମାନଙ୍କୁ ଦିଆଯାଇଛି।ପରେ ସେମାନେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହ ନିର୍ବାଚନ କାର‌୍ୟ୍ୟ ପରିଚାଳନା ପାଇଁ କରାଯାଇଥବା ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ଅନିମିୟତା ଦୃଷ୍ଟି କୁ ଆସିଲେ ସିଧାସଳଖ ସାଧାରଣ ଲୋକ ପର‌୍ୟ୍ୟବେକ୍ଷକ ମାନଙ୍କ ସହ ନିମ୍ନ ପ୍ରକାରେ ଯୋଗାଯୋଗ କରିପାରିବେ।
ଆଠମଲ୍ଲିକ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପାଇଁ ଭି ଏନ ତ୍ରିବେଦୀ, ମୋବାଇଲ ୮୭୬୩୯୯୫୩୩୯/ ଏସ ବିରାମୁଥୁ ୬୩୭୨୭୫୭୫୪୮
ପାଲହଡା,ତାଳଚେର ଓ ଅନୁଗୁଳ ରାମେଶ୍ୱର ପି ମିନା, ୮୭୬୩୯୯୫୩୬୪
ପାଲହଡା,ତାଳଚେର ଓ ଆଠମଲ୍ଲିକ ସନ୍ଦିପ କୁମାର ମେହେଟା, ୯୬୬୮୭୦୬୧୦୦
ଉପରୋକ୍ତ ନମ୍ବର ଗୁଡିକରେ ହ୍ୱାଟସ୍ସ ଆପ ସୁବିଧା ଉପଲବ୍ଧ ଅଛି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ