ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ପୁରୀ(ଯୁଗାଦ୍ଧ ନ୍ୟୁଜ): ଚଳିତବର୍ଷ ସାଧାରଣ ନିର୍ବାଚନ ପାଇଁ ପୁରୀ ଜିଲ୍ଲା ନିମନ୍ତେ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଦିଲିପ୍ ଜୱାଲକର ପୁରୀ ସ୍ପେଶାଲ ସର୍କିଟ୍ ହାଉସ୍ଠାରେ ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାସଙ୍କ ସହିତ ଆଲୋଚନା କରିଛନ୍ତି । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ପୁରୀ, ସତ୍ୟବାଦୀ, ପିପିଲି ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ୨୩ ତାରିଖରେ ଭୋଟ ଗ୍ରହଣ କରାଯିବ । ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୯ ତାରିଖରେ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ପରିଚାଳନା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ ପୁରୀ ଜିଲ୍ଲାରେ ଶତକଡା ୯୭ ଭାଗ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ୧୫୯୩ ପୁଲିଂ ବୁଥ୍ ଅଛି । ସେଠାରେ ପାନୀୟ ଜଳ, ବିଦ୍ୟୁତ୍, ର‌୍ୟାମ୍ପ ଆଦି ବ୍ୟବସ୍ଥା ହୋଇଛି । ଭୋଟ୍କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ୨୦ ହଜାର ଭିନ୍ନକ୍ଷମ ଭୋଟର ଚିହ୍ନଟ ହୋଇଛନ୍ତି । ଚଳିତବର୍ଷ ଯେପରି ସମସ୍ତେ ଭୋଟ ଦେବା ପାଇଁ ଭୋଟକେନ୍ଦ୍ରକୁ ଆସିବା ପାଇଁ ସଚେତନ କରାଯାଉଛି । ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର,ସେକ୍ଟର ଅଫିସରଙ୍କୁ ତାଲିମ ଦିଆଯାଇଛି । ନିର୍ବାଚନ କାର୍ଯ୍ୟରେ ୧୨୬୮୮ ଜଣ ପୋଲିଂ କର୍ମଚାରୀ ଓ ୧୮୨ ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ୧୭୦୦ ମହିଳା କର୍ମଚାରୀ ଓ ୮୫ ଜଣ ମାଇକ୍ରୋ ଅବ୍ଜରଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ନିର୍ବାଚନ କାର୍ଯ୍ୟ ସଠିକ୍ ପରିଚାଳନା କରିବା ପାଇଁ ପର୍ଯ୍ୟବେକ୍ଷକ ନିର୍ଦ୍ଦେଶ ଦେଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ଓ ପୁଲିସ ମୁତୟନ ବିଷୟରେ ଏସ୍ପି ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫ୍ଲ।।ଇଂ ସ୍କ୍ୱାର୍ଡ ମୁତୟନ କରାଯାଇଛି । ବୈଠକରେ ପୁଲିସ ପର୍ଯ୍ୟବେକ୍ଷକ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ଅଧିକାରୀ ହରିଶ୍ ଚନ୍ଦ୍ର ନାୟକ, ବାଣିଜ୍ୟକର ଯୁଗ୍ମ କମିଶନର ସଦାଶିବ ପଣ୍ଡା, ଅତିରିକ୍ତ ଏସ୍ପି ଧିରେନ୍ ନନ୍ଦଙ୍କ ସମତେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ