ନିର୍ବାଚନ ପୂର୍ବରୁ ବିଜେପି ର ବହୁନେତା ବିଜେଡିରେ ସାମିଲ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୌର ନିର୍ବାଚନ ଅନୁଷ୍ଠିତ ହେବ ମାର୍ଚ୍ଚ ୨୪ ତାରିଖ ଦିନ, ହେଲେ ତାହା ପୂର୍ବରୁ ମାର୍ଚ୍ଚ ୨୦ ତାରିଖ ଦିନ ପୋଲସରା ଏନଏସିର ବିଭିନ୍ନ ୱାର୍ଡର ବହୁ ବିଜେପି ନେତା ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି। ପୋଲସରା ଏନଏସି ର କୋଣାର୍କ କଲ୍ୟାଣ ମଣ୍ଡପରେ ରବିବାର ଦିନ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ବିଜେପି ଘୁମୁସର ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ନୀଳମାଧବ ସାହୁ ଓ ପୋଲସରା ଏନଏସିର ୧ ନଂ ୱାର୍ଡର ପୂର୍ବତନ ବିଜେପି କାଉନସିଲର ଶଙ୍କର ବେହେରା ଙ୍କ ନେତୃତ୍ୱରେ ୩ ନଂ ୱାର୍ଡରୁ ମିଲୁ କାଣ୍ଡି, ସନ୍ତୋଷ ବେହେରା, ରାଜେନ୍ଦ୍ର ଗୌଡ଼, ଶଙ୍କର ଗୌଡ଼, ଭବାନୀ ପ୍ରଧାନ ଓ ତୋଫାନ , ୬ ନଂ ୱାର୍ଡରୁ ବିଜୟ କୁମାର ସାହୁ, କାମରାଜୁ ସାହୁ ଓ ପ୍ରଭାକର ପ୍ରଧାନ, ୭ ନଂ ୱାର୍ଡରୁ ଭଗବାନ ପ୍ରଧାନ, ବସନ୍ତ ପ୍ରଧାନ, ଖଦାଳ ପ୍ରଧାନ, ଭାସ୍କର ମହାରଣା, ଅଭିମନ୍ୟୁ ବେହେରା ଓ ଖଦାଳ ବେହେରା, ୧୨ ନଂ ୱାର୍ଡରୁ ଅଭିମନ୍ୟୁ ସାହୁ, ୧୪ ନଂ ୱାର୍ଡରୁ ସନ୍ୟାସୀ ଦାସ, ଏବଂ ୧୬ ନଂ ୱାର୍ଡରୁ ସନ୍ତୋଷ କୁମାର ମହାନ୍ତି, ପବିତ୍ର କୁମାର ରାଉତ ଓ ବିଘ୍ନେଶ୍ଵର ଦଳେଇ ପ୍ରମୁଖଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଓ ସମର୍ଥକ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଘୋଷଣା କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ଗ୍ରହଣ କରିଥିବା ଘୋଷଣା କରିଥିଲେ। ନିର୍ବାଚନର ମାତ୍ର ଚାରି ଦିନ ପୂର୍ବରୁ ବହୁ ନେତା ପାର୍ଟି ତ୍ୟାଗ କରିବା ବିଜେପି କୁ ଏକ ବଡ଼ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ। ବିଧାୟକଙ୍କ ସହ ମିଶ୍ରଣ ପର୍ବରେ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ପୋଲସରା ଏନଏସି ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ଅଧ୍ୟକ୍ଷା ପ୍ରାର୍ଥୀନୀ ସଙ୍ଗୀତା ବେହେରା ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିବା ବେଳେ ପୀତବାସ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ